୧୦୮ କର୍ମଚାରୀ ଙ୍କ ଦଵଙ୍ଗଗୀରି
ମାଗଣା ମଦଦେବାକୁ ଧମକ

ଜଗତସିଂହପୁର(କୋଶଲ ନ୍ୟୁଜ୍) ଜଗତସିଂହପୁର ଜିଲ୍ଲା ନାଉଗାଁ ଗୋଷ୍ଟି ସ୍ୱାସ୍ତ୍ୟ କେନ୍ଦ୍ରରେ କାର୍ଯ୍ୟକରୁଥିବା 108 ଆମ୍ବୁଲାନ୍ସର ଡ୍ରାଇଭର ମଦ ଦୋକାନ ଆଗରେ ହଙ୍ଗମା କରୁଥିବା ଦେଖିବାକୁ ମିଳିଛି। ନାଉଗାଁରେ ଥିବା ସରକାରୀ ବିଦେଶୀ ମଦ ଦୋକାନକ ଆଗରେ ମଦ୍ୟପ 108 ଆମ୍ବୁଲାନ୍ସର ଡ୍ରାଇଭର ମଦପିଇ ଦୋକାନର କର୍ମଚାରି ମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ମାଗଣା ମଦଦେବାକୁ ଧମକ ଦେଇଥିଲେ। ଦୋକାନର କର୍ମଚାରୀ ନାଉଗାଁ ପୋଲସିକୁ ଖବର ଦେଇଥିଲେ। ଖବର ପାଇ ନାଉଗାଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମଦ୍ୟପ 108ର ଡ୍ରାଇଭର ବିଶ୍ୱଜିତ ଦାସକୁ କାବୁ କରି ଥାନାକୁ ଆଣି ଅଟକ ରଖିଛି। ତେବେ ଗୁରୁତର ରୋଗୀମାନଙ୍କୁ ସୁରଖିତରେ ନେବା ଆଣିବା ପାଇଁ ସରକର 108 ଆମ୍ବୁଲାନ୍ସ ସେବା ଯୋଗାଇ ଦେଇଛନ୍ତି। ରୋଗଙ୍କୁ ନେଉଥିବା ଡ୍ରାଇଭର ଯଦି ମଦ୍ୟପନ କରି ଏଭଳି ଅବସ୍ଥାରେ ରୁହେ ଗୁରୁତର ରୋଗୀ ମାନେ କେତେ ସୁରକ୍ଷିତରେ ଯିବେ ଏଥିରୁ ସ୍ପଷ୍ଠ ଜଣାପଡୁଛି। 108 ଭଳି ଆମ୍ବୁଲାନ୍ସ ସେବାରେ ନିୟୋଜିତ ଏଭଳି ମଦ୍ୟପ ଡ୍ରାଇଭରଙ୍କ ଉପରେ ବିଭାଗ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି |

Comments
Loading...