ପରିସ୍ଥିତି ଅସମ୍ଭାଳ , କୁଜଙ୍ଗ ମାର୍କେଟକୁ ସମ୍ପୂର୍ଣ୍ଣ ବନ୍ଦ କଲେ ପ୍ରଶାସନ

ଜଗତସିଂହପୁର- (କୋଶଲ ନ୍ୟୁଜ୍) କୁଜଙ୍ଗ ବଜାରରେ ଅତ୍ୟଧିକ ଜନଗହଳି ତଥା ପ୍ରଶାସନ ପକ୍ଷରୁ ବାରମ୍ବାର ସଚେତନତା ସତ୍ତ୍ୱେ ଲୋକମାନେ କୋଭିଡ୍ ନିୟମାବଳୀ ପାଳନ କରୁନଥିବାରୁ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କାରେ ଜିଲ୍ଲା ପ୍ରଶାସନ ଦ୍ଵାରା କୁଜଙ୍ଗ ବଜାର ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରାଗଲା lଘଟଣା ଏମିତି ଥିଲା ଆଗକୁ ସାବିତ୍ରୀ , ଅନେକ ମହିଳା ଶାଢୀ ଶଙ୍ଖା କିଣିବାକୁ ହଟା ହଟା । ଚୋରା ଲୁଚା ଛପାରେ ଦୋକାନି ଅଳ୍ପ ସଟର କି ଦୋକାନର ପଛ ଦ୍ୱାର ଖୋଲି କରୁଛନ୍ତି ବେପାର । ଏପ ଟେ କଟକଣା ଜୋରିମାନା ଭୟ । ସାବିତ୍ରୀ କିଣା କିଣୀ ପାଇଁ କୁଜଙ୍ଗ ଡେଲି ମାର୍କେଟରେ କୋଭିଡ ଗାଇଡ଼ଲାଇନ ସମ୍ପୂର୍ଣ୍ଣ ଉଲ୍ଲଘଂନ ହେଉଥିବା ଜଣା ପଡିଥିଲା ।

କୋଭିଡ୍‌ ଏବଂ ଲକ୍‌ଡାଉନ୍ କଟକଣା ଉଲ୍ଲଂଘଂନ ହୋଇଥିବାରୁ ଜଗତସିଂହପୁର ଜିଲାପାଳ ଏହାକୁ ସମ୍ପୂର୍ଣ୍ଣ ବନ୍ଦ ଘୋଷଣା କରିଛନ୍ତି।
ଆଗାମୀ ନିର୍ଦେଶନାମା ନ ବାହାରିବା ପର୍ଯ୍ୟନ୍ତ ଏହା ସମ୍ପୂର୍ଣ୍ଣ ରୂପେ ବନ୍ଦ ରହିବ। ଏହି ନିୟମକୁ ଯେଉଁ ବ୍ୟବସାୟି ଖିଲାପ କରିବା ଦେଖାଯିବ କୋଭିଡ ନିୟମ ଉଲଂଘନ ଆଧାରରେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ଘୋଷଣା କରାଯାଇଛି।

Comments
Loading...