ମହାବିପତ୍ତି ପ୍ରଳୟଙ୍କରୀ ବାତ୍ୟା ବନ୍ୟା ଓ କରୋନା ମହାମାରୀ ସମୟରେ ମନେପଡ଼ୁଛନ୍ତି ଦିବଂଗତ ନେତା ସ୍ବର୍ଗତ ବିଷ୍ଣୁ ଦାସ

ଜଗତସିଂହପୁର(କୋଶଲ ନ୍ୟୁଜ୍) : ମହାମାରୀ କରୋନା ଭଳି ପ୍ରଳୟଙ୍କରୀ ବାତ୍ୟା ୟାସ ଆଣିଛି ଜଗତସିଂହପୁର ଜିଲ୍ଲା ପାଇଁ ବିପର୍ଯୟର ରାସ୍ତା | ଗୋଟିଏ ପଟେ ଲୋକଙ୍କ ପ୍ରାଣହାନି ତ ଆରପଟେ ଜୀବନ ଜୀବିକା ପାଇଁ ସାଧାରଣ ଲୋକଙ୍କ ସଂଘର୍ଷ |ଗତବର୍ଷ ଠାରୁ ଲକଡାଉନ, ସଟଡାଉନ ଭିତରେ ଜିଲ୍ଲାବାସିଙ୍କ ଆର୍ଥିକ ସ୍ଥିତି ସଂଗୀନ ହୋଇପଡିଛି |ଏଭଳି ଏକ ଜଟିଳ ମୁହୁର୍ତରେ କିନ୍ତୁ ଜିଲ୍ଲାର ବିଧାୟକଙ୍କୁ ସେତେ ଦେଖିବାକୁ ମିଳୁନାହିଁ | ଯାହାକି ଦେଖିବାକୁ ମିଳେ ଅଦ୍ଵିତୀୟ ନେତା ବିଷ୍ଣୁ ଦାସଙ୍କ ପାଖରେ | ଟିକେ କୋଉଠି ଜିଲ୍ଲାର ଲୋକ ଅସୁବିଧାରେ ପଡିଲେ ସେ ତତକ୍ଷଣ|ତ ପାଖରେ ପହଂଚି ସମାଧାନର ବାଟ ତିଆରି କରି ଉଦ୍ଧାର କରନ୍ତି | ବିଶେଷକରି କରୋନା ଆକ୍ରାନ୍ତଙ୍କ ସମେତ ଅନ୍ୟ ରୋଗଗ୍ରସ୍ତଙ୍କ ଚିକିତ୍ସାରେ କେତେ ସୁବିଧା କରାଯାଉଛି ସେ ସବୁକୁ ନିର୍ବାଚିତ ଜନପ୍ରତିନିଧିମାନେ ଅନୁଧ୍ୟାନ କରିବାକୁ ଉଚିତ ମଣଉ ନ ଥିବା ଚର୍ଚ୍ଚାର ବିଷୟ ପାଲଟିଛି | ଏହିସବୁ ଆଲୋଚନା ଓ ପର୍ଯ୍ୟାଲୋଚନ| ଭିତରେ ଜଗତସିଂହପୁର ଓ ତିର୍ତୋଲ ନିର୍ବାଚନମଣ୍ଡଳୀର ବହୁ ଲୋକେ ଦିବଂଗତ ବିଧାୟକ ବିଷ୍ଣୁ ଦାସଙ୍କୁ ମନେ ପକାଇବା ଆରମ୍ଭ କରିଛନ୍ତି | ଲୋକଙ୍କ ପ୍ରତି ରହିଥିବା ଭଲପାଇବା ଓ ସାହାଯ୍ୟ ମନୋବୃତ୍ତିକୁ ତାଙ୍କର ଏବେ ଜୋରଦାର ପ୍ରଶଂସା କରାଯାଉଛି |ବିଷ୍ଣୁଙ୍କ ଲମ୍ବା ରାଜନୈତିକ ଅଭିଯାନକୁ ଅତି ପାଖରୁ ଦେଖିଥିବା କେତେକ ସମର୍ଥକଙ୍କ କହିବା କଥା ଯୁଗେଜୁଗେ ବିପର୍ଯୟ ଆସିଛି ଏହାକୁ ଦକ୍ଷ ନେତୃତ୍ୱ ବଳରେ ସାମ୍ନା କରାଯାଉଛି ମଧ୍ୟ ||ହେଲେ ସେତେବେଳର ଓ ଆଜିର କରୋନା ବିପର୍ଯୟ ଓ ଜନପ୍ରତିନିଧିଙ୍କ ଦ୍ୱାରା ଏହାର ମୁକାବିଲା ଦିଗରେ ଆକାଶପାତାଳର ଫରକ ଲକ୍ଷ୍ୟ କରାଯାଉଛି |ଏ କ୍ଷେତ୍ରରେ ବିଷ୍ଣୁ ଦାସଙ୍କ କାର୍ଯ୍ୟଦକ୍ଷତାକୁ ସ୍ମୃତିପଟକୁ ଆଣି ତାଙ୍କର ବହୁ ଶୁଭେଛୁ ଦଳେଇଘାଇ ବନ୍ୟାଠାରୁ ଆରମ୍ଭ କରି ୟାସ ବାତ୍ୟା ପର୍ଯ୍ୟନ୍ତ ଯେତେ ମହାବିପତ୍ତିମାନ ଆସିଛି ସେସବୁ ଲୋମଟାଙ୍କୁରା ଦୃଶ୍ୟକୁ ମନେପକାଇ ସ୍ବର୍ଗତ ବିଷ୍ଣୁ ଦାସଙ୍କ ଅଭୁଲା ସ୍ମୃତିକୁ ମନେପକାଇ ଝୁରି ହେଉଛନ୍ତି |

Comments
Loading...