ସହାୟତା କୁ ଅପେକ୍ଷା କରି କରି ଆଖି ବୁଜିଲେ ଜୟକୃଷ୍ଣ

ବିଧିର ବିଧାନ କେଡେ ନିଷ୍ଠୁର।ଖେଳିବା ଖାଇବା ବୟସରେ ଦୁନିଆକୁ ଭଲ ଭାବେ ଦେଖି ନଥିବା ଗରିବ ଅସହାୟ ପରିବାର ରେ ଜନ୍ମିତ ଜୟକୃଷ୍ଣ ଙ୍କ ଆଜି ପରଲୋକ ହୋଇଯାଇଛି। କିଛି ଦିନ ଆଗରୁ ଆମେ ସହାୟତା ଅପେକ୍ଷାରେ ଫୁଲଝର ଗ୍ରାମ ର ଜୟକୃଷ୍ଣ ବୋଲି ଖବର ପ୍ରସାରଣ କରିଥିଲୁ। ସେହି ଖବର କୁ ଆମେ ସୋସିଆଲ ମିଡିଆରେ ଭାଇରାଲ କରିବା ସହ ଟୁଇଟରରେ ଟୁଇଟ୍ ମଧ୍ୟ କରିଥିଲୁ। କିନ୍ତୁ କିଛି ଲାଭ ହେଲାନାହିଁ ଜୟକୃଷ୍ଣ ସହାୟତା କୁ ଅପେକ୍ଷା କରି କରି ଆଖି ବୁଜି ଦେଇଛନ୍ତି। ତାଙ୍କୁ କୈାଣସି ପ୍ରକାର ସହାୟତା ମିଳିପାରିଲା ନାହିଁ। ତାଙ୍କର ଲିଭର୍ ଖରାପ୍ ହୋଇଯାଇଥିବା ଯୋଗୁଁ ସର୍ଜରୀ ପାଇଁ ୩ ରୁ ୪ ଲକ୍ଷ ଟଙ୍କା ଦରକାର ପଡ଼ୁଥିବା ବେଳେ ବାପା ସୂଦୁର ତେଲେଙ୍ଗାନା ସ୍ଥିତ ଏକ ଇଟାଭାଟି ରେ ବନ୍ଧା ପଡିଛନ୍ତି।ଲାଠୋର ଗ୍ରାମର ଦାଦନ ସର୍ଦ୍ଦାର୍ ମୁଜିବ ଖାନ୍ ସେମାନଙ୍କୁ କିଛି ଅଗ୍ରିମ ଦେଇ ଇଟା ଗଢ଼ିବାକୁ ପଠାଇଥିଲେ। ପୁଅର ରୋଗ ବିଷୟରେ ବାରମ୍ବାର ମୁଜିବ୍ ଖାନ୍ ଙ୍କୁ ଜଣାଇଥିଲେ ମଧ୍ୟ ଜୟକୃଷ୍ଣ ଙ୍କର ବାପା ଙ୍କୁ ଓଡ଼ିଶା ଫେରାଇ ଆଣିବାକୁ ସେ ଚେଷ୍ଟା କରିନଥିଲେ। ଶେଷରେ ଦୁନିଆରୁ ଚାଲିଗଲେ ଆଖିରେ ଆଖିଏଁ ସ୍ବପ୍ନ ନେଇ ଜୟକୃଷ୍ଣ ଶବର। ଦେଖିବାକୁ ବାକି ରହିଲା ଏବେ ପ୍ରଶାସନ ପକ୍ଷରୁ କି ପ୍ରକାର ସହାୟତା ଯୋଗାଇ ଦିଆଯାଉଛି

Comments
Loading...