କୋଭିଡ ସମୟରେ ସାମ୍ବାଦିକଙ୍କ ଜନଜୀବନ ବିପନ୍ନ – ଶ୍ରୀରାମ ଦାଶ

ଭୁବନେଶ୍ଵର ସ୍ଥିତ କୌଶଲ୍ୟାଗଙ୍ଗ ନିକଟସ୍ଥ ଗ୍ଲୋବାଲ ଇନ୍ଷ୍ଟିଟ୍ୟୁଟ ଅଫ ଇଂଜିନିୟରଙ୍ଗ ଆଣ୍ଡ ମ୍ୟାନେଜମେଣ୍ଟ ପରିସରରେ କଳିଙ୍ଗ ମିଡ଼ିଆ ସର୍ଭିସେସ ତରଫରୁ କୋଭିଡ ସମୟରେ ସାମ୍ବାଦିକଙ୍କ ଜନଜୀବନ ସମ୍ପର୍କିତ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ବରିଷ୍ଠ ସାମ୍ବାଦିକ ଶ୍ରୀରାମ ଦାଶ ଯୋଗଦେଇ ମତ ଦେବା ସହିତ ସାମ୍ବାଦିକ ମାନେ ଜରୁରୀ ପରିସ୍ଥିତି ସମୟରେ ନିଜକୁ ଖାପଖୁଆଇ ଚଳିବା ଆବଶ୍ୟକ l ଆଲୋଚନାର ମୁଖ୍ୟ ବକ୍ତା ଓଡ଼ିଶାର ବରିଷ୍ଠ ସାମ୍ବାଦିକ ପୀତବାସ ମିଶ୍ର ଯୋଗ ଦେଇ ମୂଲ୍ୟଭିତ୍ତିକ ସାମ୍ବାଦିକତା ସମ୍ପର୍କରେ ଆଲୋକପାତ କରିଥିଲେ l ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଗୁରୁକଲ୍ୟାଣ ମହାପାତ୍ର ଯୋଗଦେଇ ସାମ୍ବାଦିକମାନେ ବହୁବିଧ ସମସ୍ୟା ଭିତରେ ରହି କିପରି ମାତୃଭାଷାକୁ ଅଧିକ ବଳିଷ୍ଠ କରିପାରିବେ ସେ ସମ୍ପର୍କ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ l ଆଲୋଚନାର ଅନ୍ୟତମ ସମ୍ମାନିତ ଅତିଥି ତଥା ବରିଷ୍ଠ ସମାଜସେବୀ ସୁଧାଂଶୁ ମୋହନ ଦାଶ ଯୋଗଦେଇ ସ୍ୱାସ୍ଥ୍ୟ ସେବାର ତଥ୍ୟ ଭିତ୍ତିକ ଖବର ପରିବେଷଣ ଉପରେ ମତ ପ୍ରକାଶ କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଶ୍ରୀ ଅରୁଣ କୁମାର ଦାଶ, ପାଓନିୟର ସହଯୋଗୀ ସମ୍ପାଦକ ଶ୍ରୀକାନ୍ତ ତ୍ରିପାଠୀ,ଜିଆଇଇମ୍ ଅଧ୍ୟକ୍ଷ ପ୍ରଫେସର ସରୋଜ କାନ୍ତ ସାହୁ , ଅଧ୍ୟକ୍ଷା ଶ୍ରୀମତୀ ସୁପ୍ରିୟା ସାହୁ କଳିଙ୍ଗ ମିଡ଼ିଆ ନିର୍ଦ୍ଦେଶକ ଡ଼ଃ ମହେଶ୍ୱର ପ୍ରମୁଖ ଉପସ୍ଥିତ ରହି କୋଭିଡ ସମୟରେ ସାମ୍ବାଦିକଙ୍କ ଜନଜୀବନ ସମ୍ପର୍କରେ ନିଜନିଜର ବକ୍ତବ୍ୟ ରଖିଥିଲେ l
କଳିଙ୍ଗ ମିଡ଼ିଆ ସର୍ଭିସେସର ଦଶମ ବ୍ୟାଚର ସାମ୍ବାଦିକତା ଓ ଗଣଯୋଗାଯୋଗର ଶେଷ ସେମିଷ୍ଟାର ପରୀକ୍ଷାରେ ଯୋଗ ଦେଇଥିବା 60ଛାତ୍ରଛାତ୍ରୀଙ୍କ ସମେତ 90 ଜଣ ସାମ୍ବାଦିକ ଯୋଗଦେଇଥିଲେ l


କଳିଙ୍ଗ ମିଡ଼ିଆ ନିର୍ଦେଶକ ଡଃ ମହେଶ୍ୱରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା l ଏହି ଆଲୋଚନାଚକ୍ର କରୋନା କଟକଣା ଜନୀତ ସମସ୍ତ ନିୟମକୁ ନିୟମିତ ପାଳନ କରାଯାଇ, ସମ୍ପୁର୍ଣ୍ଣ ହୋଇଥିଲା। ଏହି ଅବସରରେ ବିଭିନ୍ନ ପ୍ରାନ୍ତରୁ ୬୦ ଜଣ ସାମ୍ବାଦିକ ବହୁତ କଷ୍ଟ କରି କୋଭିଡ ସମୟରେ ଆସି ଅତି ସୁନ୍ଦର ଭାବେ ପରୀକ୍ଷା ସମାପନ କରିଛନ୍ତି l ପରିଶେଷରେ କଳିଙ୍ଗ ମିଡ଼ିଆ ନିର୍ଦ୍ଦେଶକ ଡ଼ଃ ମହେଶ୍ୱର ସମସ୍ତ ପରିକ୍ଷାର୍ଥୀ ମାନଙ୍କୁ କଳିଙ୍ଗ ମିଡ଼ିଆ ର ସଦସ୍ୟ ରୁପେ ଗ୍ରହଣ କରି ସମସ୍ତ ଙ୍କ ଉଜ୍ବଳ ଭବିଷ୍ୟତ ର କାମନା କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ପାଇକରାୟ ଧନ୍ୟବାଦ ଦେଇଥିଲେ, l ସୂଚନା ଯୋଗ୍ୟ ଯେ ଆଜକୁ ଦଶବର୍ଷ ଧରି କଳିଙ୍ଗ ମିଡ଼ିଆ ସର୍ଭିସେସ ରାଜ୍ୟରେ ଉନ୍ନତ ଧରଣର ସାମ୍ବାଦିକତା କରିବାର ଲକ୍ଷ୍ୟରେ ଶତାଧିକ ସାମ୍ବାଦିକଙ୍କୁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସି ଏଠାରେ ତାଲିମ ନେଇଥାନ୍ତି । ଯେଉଁଥିପାଇଁ ବୁଦ୍ଧିଜୀବୀ ମହଲରେ ଅନୁଷ୍ଠିନର ସଭାପତି ତଥା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ଗୋକୁଳାନନ୍ଦ ପଟ୍ଟନାୟକ ଏବଂ ନିର୍ଦେଶକ ସାମ୍ବାଦିକ ଡ଼ ମହେଶ୍ୱରଙ୍କ ନିଷ୍ଠାପର ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ ।

Comments
Loading...