କାଳବୈଶାଖୀରେ ଉଡ଼ିଲା ଏକାଧିକ ଘରର ଛପର lଭିଜିଲା ଚୁଲି, ଭିଜିଛି ସେଜ

ତୁମୁଡିବନ୍ଧ(କୋଶଲ ନ୍ୟୁଜ) :- ବୁଧବାର ଦିନ ଅଦିନିଆ କାଳବୈଶାଖୀ ତୁମୁଡିବନ୍ଧ କାଲିଶାପଦର ଗ୍ରାମରେ ତାଣ୍ଡବ ରଚି ଚାଲିଯାଇଛି l ଉଡେଇ ଦେଇଛି ଏକାଧିକ ଗରିବ ନିରୀହ ପରିବାରର ଆଜବେଷ୍ଟସ ଓ ଚାଳ ଛପର l ବୁଧବାର ଦିନ ଅପରାହ୍ନ ପ୍ରାୟ ୪ ଘଣ୍ଟା ସମୟରେ ଏକ ଭୟଙ୍କର ପବନ ଦାଣ୍ଡରେ ବସେଇ ଦେଇଛି କାଲିଶାପଦର ଗ୍ରାମର ଇଲିଶା ମାଝୀ, ବିଶ୍ୱନାଥ ମଲ୍ଲିକ, ଅର୍ଜୁନ ମୁଣ୍ଡା ଓ କିନୁରା ମାଝୀଙ୍କ ପରିବାରକୁ l ଭିଜିଛି ଚୁଲି, ଭିଜିଛି ସେଜ, ଧାନ ଚାଉଳ ସବୁ ବର୍ଷା ପାଣିରେ ଭିଜି ଯାଇଛି l ପ୍ରଶ୍ନ ଏଠି ରାନ୍ଧିବେ କେଉଁଠି, ଖାଇବେ କଣ ଓ ଶୋଇବେ କେଉଁଠି ? ପିଲାଛୁଆ ନେଇ ଗରିବ ନିରୀହ ପରିବାର ଆଜି ଆ ଦାଣ୍ଡ ତା ଦୁଆରରେ ରାତ୍ରି ଯାପନ କରିବେ l ସ୍ଥାନୀୟ ରାଜସ୍ବ ନିରୀକ୍ଷକ ଶୁଭ୍ରେନ୍ଦୁ ସାହୁ ଯାଇ ସ୍ଥିତି ଦେଖି ଫେରିଛନ୍ତି l ହେଲେ ସରକାରୀ ପ୍ରକ୍ରିୟା ଅନୁଯାଇ କାଗଜ କଲମ ହେବ ଆସନ୍ତା କାଲି ପଲିଥିନ ଖଣ୍ଡିଏ ଲେଖାଏଁ ମିଳିବ l ଆଜି ରାତିର ଦୁଃଖରେ ସହାୟକ ହେବନି ପ୍ରଶାସନ l

ରିପୋର୍ଟ – ପବିତ୍ର ଦିଗାଳ

Comments
Loading...