ମଦ୍ୟପ ସ୍ୱାମୀଙ୍କ ଅମାନୁଷିକ କାଣ୍ଡ, ଟଙ୍କା ନଦେବାରୁ ସ୍ତ୍ରୀକୁ ନୃଶଂସ ଭାବେ ହତ୍ୟା କଲା ସ୍ୱାମୀ

ତୁମୁଡିବନ୍ଧ(କୋଶଲ ନ୍ୟୁଜ୍):-ମଦ୍ୟପାନ ପାଇଁ ସ୍ୱାମୀ ଟଙ୍କା ମାଗିବା ପରେ ସ୍ତ୍ରୀ ଟଙ୍କା ନ ଦେବାରୁ ଛୁରୀ ରେ ନିଜ ସ୍ତ୍ରୀ ର ଗଳା କାଟି ହତ୍ୟା କଲା ନୃଶଂସ ସ୍ୱାମୀ l କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ଅନ୍ତର୍ଗତ ନୁଆଁମୁଣ୍ଡା ଗ୍ରାମରେ  ଘଟିଛି ଏପରି ବିଭତ୍ସ ହତ୍ୟାକାଣ୍ଡ l ସ୍ୱାମି ଚନ୍ଦ୍ରକାନ୍ତ ବେହେରଦଳାଇ ନିଜ ସ୍ତ୍ରୀ ମଧୁମତି ଙ୍କୁ ଛୁରୀ ରେ ଗଳା କାଟି ନିର୍ମମ ଭାବେ ହତ୍ୟା କରିଛି l ଗତକାଲି ରାତିରେ ମଧୁମତି ଙ୍କୁ ଚନ୍ଦ୍ରକାନ୍ତ ମଦ ପିଇବା ପାଇଁ ଟଙ୍କା ମାଗିଥିଲେ l ତେବେ ସ୍ତ୍ରୀ ନ ଦେବା ପରେ ଉଭୟ ଙ୍କ ମଧ୍ୟରେ ବଚସା ହୋଇଥିଲା l ପରେ ମଦ୍ୟପ ସ୍ୱାମୀ ସ୍ତ୍ରୀ ର ଗଳା କାଟି ହତ୍ୟା କରିଥିଲା l ତେବେ ମୃତ ମଧୁମତି ଙ୍କ ପୁଅ ଘରକୁ ଆସି ମା ଙ୍କୁ ଖୋଜିବା ପରେ ପୂଜା ଘରେ ମା ଙ୍କ ରକ୍ତାକ୍ତ ଅବସ୍ଥାରେ ମୃତ ଦେହ ଦେଖି ଘର ବାହାରକୁ ଆସି ପାଟିକରିଥିଲେ ପାଟି ଶୁଣି ଗାଁ ଲିକେ ଦୌଡ଼ି ଆସି ଦେଖିଲଥିଲେ ମଧୁମତି ର ରକ୍ତ ଜୁଡୁବୁଡୁ ମୃତ ଦେହ ସଙ୍ଗେ ସଙ୍ଗେ ପୋଲିସ କୁ ଖବର ଦେଇଥିଲେ l ତୁମୁଡିବନ୍ଧ ପୋଲିସ ଖବର ପାଇ ଘଟଣା ସ୍ଥଳରେ ତୁମୁଡିବନ୍ଧ ଥାନା ଅଧିକାରୀ ଆଶୁତୋଷ ଜେନା ସଦଳେବଳେ ପହଂଚି ମୃତ ଦେହ ଉଦ୍ଧାର କରିବା ସହ ଅଭିଯୁକ୍ତ ସ୍ୱାମୀ କୁ ଗିରଫ କରିଛନ୍ତି l

ରିପୋର୍ଟ:-ପ୍ରବୀଣ କୁମାର ପଟ୍ଟନାୟକ

Comments
Loading...