ନବରଙ୍ଗପୁର ଜିଲ୍ଲାରେ ପ୍ରଥମ ଥର ପାଇଁ ନିଖିଲ ଓଡିଶା ଅଙ୍ଗନବାଡି ସଙ୍ଘ ତରଫରୁ ଡାବୁଗାଁ ଠାରେ ସହାୟିକା ମାନଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ନବରଙ୍ଗପୁର(କୋଶଲ ନ୍ୟୁଜ୍):- ଆଜି ଦିନ 12 ଘଣ୍ଟା ସମୟରେ ଡାବୁଗାଁ ସଦର ମହକୁମା ଠାରେ ନବରଙ୍ଗପୁର ଜିଲ୍ଲାରେ ପ୍ରଥମ ଥର ପାଇଁ ନିଖିଲ ଓଡିଶା ଅଙ୍ଗନବାଡି ସଙ୍ଘ ତରଫରୁ ଡାବୁଗାଁ ଠାରେ ସହାୟିକା ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହେଇଯାଇଥିଲା। ଏହି ଅବସରେ ନୂଆଗୁଡା ସହାୟିକା ଗରୀ ଗୈଡ, ଭୀମାଗୁଡା ସହାୟିକା କମଳା ଭତ୍ରା ଏଵଂ ଡୁମଣିଗୁଡା ସହାୟିକା ଖିର ନାୟକ ଗ୍ରାମର ଅଙ୍ଗନବାଡି ହେଲପର ମାନଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଜାଣିଥିଲେ । ଡାବୁଗାଁ ବ୍ଲକ ନିଖିଳ ଓଡିଶା ଅଙ୍ଗନବାଡି ସଙ୍ଘର ସଭାପତି ମମତା ବେହେରା, ଅମିତା ବେହେରା, ରୁନୁ ପାଢ଼ୀ, ଏମିନି ଶରାବୁ କୁନୀ ଜାନୀ, ପଟ୍ଟନାୟକ, ସବିତା ଶବର, କୁସୁମା ଜାନୀ, ପ୍ରମୁଖ ଏହି ତିନି ଜଣଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ରେ ଯୋଗଦାନ ଦେଇଥିଲେ।

ରିପୋଟ ମିହିର ଶଙ୍କର ପାତ୍ର, ନବରଙ୍ଗପୁର

Comments
Loading...