ଶାଶୁ ପଲମୀ ଗୁରୁତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର
ତୁମୁଡିବନ୍ଧ(କୋଶଲ ନ୍ୟୁଜ୍):-ଚାଷ ଜମିର ପାଚିଥିବା ଧାନକୁ କାଟିବା ପାଇଁ ଶାଶୁ ଓ ବୋହୁ ସମେତ ଦୁଇ ନାତୁଣୀ ମିଶି କ୍ଷେତକୁ ଯାଇଥିଲେ।ସେହି କ୍ଷେତର ପାଚିଥିବା ଧାନକୁ କାଟୁଥିବା ସମୟରେ ହଠାତ ମହୁମାଛି ଆକ୍ରମଣ କରିଥିଲେ। ଶାଶୁ ଗୁରୁତର,ବୋହୁ ଓ ଦୁଇ ନାତୁଣୀ ଆହତ ହୋଇଥିବା ଜଣାପଡିଛି l ଏହିପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ତୁମୁଡିବନ୍ଧ ଥାନା ଅନ୍ତର୍ଗତ କରୁକୁଡୁପା ପଞ୍ଚାୟତ ର ଟେଣ୍ଡ୍ରିଙ୍ଗ ଗ୍ରାମରେ l ସୂଚନା ଅନୁସାରେ ଶାଶୁ ପଲାମୀ ମାଝୀ, ବୋହୁ ପାରତମା ପ୍ରଧାନ,ଏଥିସହ ପାରତମା ଙ୍କ ଦୁଇ ଝିଅ ଙ୍କୁ ଧରି ଧାନ ଫସଲ କାଟିବ ପାଇଁ ଗତ ଶନିବାର ସକାଳେ କ୍ଷେତକୁ ଯାଇଥିଲେ । ଦୁଇ ଛୋଟ ଝିଅ କ୍ଷେତ ହିଡରେ ବସାଇ ଦେଇ ଶାଶୁ ଓ ବୋହୁ କ୍ଷେତରେ ଧାନ କାଟିବା ପାଇଁ ଗଲେ । ହଠାତ ମହୁମାଛି ସମସ୍ତଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲା l ବଡ଼ କଷ୍ଟରେଘରକୁ ଫେରି ଗୁରୁତର ଅବସ୍ଥାରେ ଶାଶୁ ଓ ଆହତ ବୋହୁ ଓ ଦୁଇ ନାତୁଣୀ ଙ୍କୁ ବାଲିଗୁଡା ମେଡିକାଲ ରେ ଚିକିତ୍ସା ପାଇଁ ଭର୍ତି କରାଯାଇଥିବା ବେଳେ ଶାଶୁ ପଲାମୀ ଙ୍କ ଅବସ୍ଥା ଅଧିକ ଗୁରୁତର ହେବା ପରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି l
ରିପୋର୍ଟ:-ପ୍ରବୀଣ କୁମାର ପଟ୍ଟନାୟକ
ଏଡ଼ିଟର - କୋଶଲ ନ୍ୟୁଜ୍
Comments