ବେକରେ ରସି ଲଗାଇ ଯୁବକଙ୍କ ଆତ୍ମହତ୍ୟା

ବାଲିଗୁଡା,(କୋଶଲ ନ୍ୟୁଜ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଲକର ରଣଗାଁ ର ଜଣେ ଯୁବକ ନିଜ ବେକରେ ରସି ଲଗାଇ ଏକ କୂଅ ଭିତର କୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ରଣଗାଁର ବିରଞ୍ଚି ସାହୁଙ୍କ ପୁତ୍ର ନିରଞ୍ଜନ ସାହୁ (୨୦) ଶନିବାର ବିଳମ୍ବିତ ରାତ୍ରରେ ନିରଞ୍ଜନ ନିଜେ ନିଜ ବେକରେ ରସି ଲଗାଇ ଏକ କୂଅ ଭିତର କୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାପଡିଛି । ଏହା ଏକ ପ୍ରେମ ଜନିତ ଆତ୍ମହତ୍ୟା ନା ଆଉ କଣ ତଦନ୍ତ ପରେ ଜଣାପଡିବ l ଖବର ପାଇ ଚକାପାଦ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଅବ୍ୟାହତ ରଖିଥିବା ଜଣାପଡ଼ିଛି l

Comments
Loading...