ଲାଞ୍ଜି ପ୍ରାଥମିକ ବିଦ୍ୟାଳୟରେ ଗପ କହିବା,ଗପ ପଢ଼ିବା କାର୍ଯ୍ୟକ୍ରମ

କଳାହାଣ୍ଡି /ନୂଆପଡ଼ା,(କୋଶଲ ନ୍ୟୁଜ):ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଲାଞ୍ଜି ପ୍ରାଥମିକ ବିଦ୍ୟାଳୟ ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ପ୍ରଧାନ ଶିକ୍ଷକ ଲକ୍ଷ୍ମୀ ପ୍ରସାଦ ପୋଡଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଶିକ୍ଷୟତ୍ରୀ ଲଳିତା ମାଝୀ, ଆନନ୍ଦିନି ବାରିକ, କୁନ୍ତଳା ପୋଡ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମାଧୁରୀ ମାଝୀ, ସନ୍ତୋଷ ମାଝୀ, ପରମେଶ୍ୱରୀ ନାୟକ, ବରିଷ୍ଠ ଶିକ୍ଷାବିତ ଦେବୁ କଚ୍ଛିଆ, ଗ୍ରାମର ମହିଳା ପୁରୁଷ, ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ। ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ନାଚଗୀତ, କବିତା, ସାହିତ୍ୟ,ଗପ କହିବା, ଆଦି ବିଷୟରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହାକୁ ନେଇ ଗ୍ରାମରେ ଉତ୍ସାହର ବାତାବରଣ ସୃଷ୍ଟି ହୋଇଛି।

Comments
Loading...