କୋଶଲ ନ୍ୟୁଜ୍ ବ୍ୟୁରୋ : ମାଲକାନଗିରି ଜିଲ୍ଲା ବାଲିମେଳା ନଗର ଭବନଠାରେ ୟୁଥ୍ କ୍ଲବ୍ ଗଠନ ନିମନ୍ତେ ଏକ ସଭା ଅନୁଷ୍ଠିତ ହୋଇଯାଇଛି। ନେହେରୁ ଯୁବ କେନ୍ଦ୍ର ମାଲକାନଗିରି ଶାଖା ତରଫରୁ ପାଞ୍ଚଦିନ ବ୍ୟାପି ଗାଁ ଗାଁ ବୁଲି ଯୁବଗୋଷ୍ଠୀ ” ସବୁଜ ଗାଁ ସ୍ବଚ୍ଛ ଗାଁ ” ଅଭିଯାନ ରେ ୨୫ଟି ଗାଁ କୁ ଅନ୍ତର୍ଭୁକ୍ତ କରିଥିଲେ।
ନେହେରୁ ଯୁବ କ୍ଲବ୍ ଅଭିଯାନ ଉଦଯାପିତ
ଏହି ଉଦଯାପିତ ଉତ୍ସବରେ ନେହେରୁ ଯୁବ କେନ୍ଦ୍ର ଅଧିକାରୀ ଶ୍ରୀ ହରିଶ୍ ରୁପାଲ ସଭାପତିତ୍ବ କରିଥିଲାବେଳେ ମୁଖ୍ୟ ଅତିଥି ରୂପେ ଆଇନଜୀବୀ ତଥା ଯୁବ ସଙ୍ଗଠନ ର ଉପଦେଷ୍ଟା ରାଜେନ୍ଦ୍ର ପଣ୍ଡା ଯୋଗଦାନ କରି ନେହେରୁ ଯୁବ କେନ୍ଦ୍ର ର କାର୍ଯ୍ୟ କଲାପ ବିଷୟରେ ଆଲୋଚନା କରିବା ସହିତ ୩ଟି କ୍ଲବ୍ କୁ ମାନପତ୍ର ପ୍ରଦାନ କରିଥିଲେ।
ଅନ୍ୟାନ୍ୟ ଖବର ପଢନ୍ତୁ
ମୁଖ୍ୟ ବକ୍ତା ମାଲକାନଗିରି ମହାବିଦ୍ୟାଳୟ ର ବାଣିଜ୍ୟ ବିଭାଗର ବିଭାଗୀୟ ମୁଖ୍ୟ ତଥା ଜିଲ୍ଲା ଯୁବ ରେଡକ୍ରସ୍ ର ସଂପାଦକ ତଥା ଆବାହକ ଡଃ ରଞ୍ଜନ କୁମାର ସ୍ବାଇଁ ” ଫିଟ୍ ଇଣ୍ଡିଆ ଆତ୍ମନିର୍ଭରଶୀଳ ଭାରତ ” , ” ସବୁଜ ଗାଁ ସ୍ବଚ୍ଛ ଗାଁ ” ଏବଂ ” ସାଇକେଲ ଚଲାଅ ସୁସ୍ଥ ରୁହ ” ଭଲି ନେହେରୁ ଯୁବ କେନ୍ଦ୍ର ର ସମସ୍ତ ବିବରଣୀ ଉପସ୍ଥାପନ କରିଥିଲେ। ଏହି ଅବସରରେ ନଗର ଭବନଠାରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ସାଇକେଲ ରାଲି ର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ୪୦ ଜଣ ସାଇକେଲ ଆରୋହୀ ବିଭିନ୍ନ ପ୍ରକାରର ସ୍ଳୋଗାନ ଦେଇ ସହର ପରିକ୍ରମା କରିଥିଲେ।
ଏହି କାର୍ଯ୍ୟକ୍ରମ ରେ ଜାଗୃତି ୟୁଥ୍ କ୍ଲବ୍ , ମଧୁସୂଦନ ୟୁଥ୍ କ୍ଲବ୍ ଓ ଗ୍ରାମଦେବୀ ୟୁଥ୍ କ୍ଲବ୍ କୁ ମାନପତ୍ର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ପୁର୍ବତନ କାଉନସିଲର ଲକ୍ଷ୍ମୀ ପଟ୍ଟନାୟକ , ଶ୍ୟାମସୁନ୍ଦର ନାଗ , କୃଷ୍ଣ ଚନ୍ଦ୍ର ସେଠୀ , ମଙ୍ଗଳା ଟାଙ୍ଗୀ , ଟୁକୁଲୁ ପ୍ରଧାନ , ଶୁଭାଶିଷ କର , ସନ୍ତୋଷ କୁମାର ପାତ୍ର ପ୍ରମୁଖ ଯୋଗ ଦାନ କରି ବିଭିନ୍ନ କାର୍ଯ ମାନ ସଂପାଦନ କରିଥିଲେ।
ପରିଶେଷରେ ସନ୍ତୋଷ କୁମାର ପାତ୍ର ନେହେରୁ ଯୁବ କେନ୍ଦ୍ର ର କର୍ମକର୍ତ୍ତା ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଷାଠିଏ ରୁ ଉର୍ଦ୍ଧ୍ବ ଯୁବ ସକ୍ରିୟ ଅଂଶଗ୍ରହଣ କରିଥିଲେ ।
ଆମେ ଦେବୁ ସତ୍ୟ ଖବର ସବୁ ଅଞ୍ଚଳ ର ଖବର ସବୁ ଖବର ଆପଣଙ୍କ ପାଖରେ ସବୁ ସମୟରେ।
କୋଶଲ ନ୍ୟୁଜ୍। ଆପଣଙ୍କର ଅଞ୍ଚଳ, ଆପଣଙ୍କର ଖବର।
Next Post
Comments