ଗୁଳିବିନିମୟରେ ୩ ମାଓବାଦୀ ମୃତ ଜଣେ ଯବାନ ଗୁରୁତର

ମାଲକାନଗିରି (କୋଶଲ ନ୍ୟୁଜ୍) ମାଲକାନଗିରି ସିମାନ୍ତ ଛତିଶଗଡ ବିଜାପୁର ଜିଲ୍ଲା ଉସୁରଥାନା ନିକଟସ୍ଥ ଗାଲଗାମର ଗ୍ରାମ ନିକଟ ଜଙ୍ଗଲରେ ଆଜି ମଧ୍ୟାହ୍ନରେ ମାଓବାଦୀ ଏବଂ ଯବନାଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା l ଏହି ଗୁଳି ବିନିମୟରେ ତିନିଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଯବାନ ଆହାତ l ଉସୁରା ଥାନା ଗାଲଗାମ ଗ୍ରାମ ନିକଟ ଜଙ୍ଗଲ ମଧ୍ୟରେ ମାଓବାଦୀ ମାନେ ମେଳି ହୋଇଥିବା ସୂଚନା ପାଇ ସେହି ଅଂଚଳକୁ ଯବାନ ମାନେ କୁମ୍ବିଂ ଅପରେସନକୁ ଯାଇଥିଲେ । ଯବାନଙ୍କ ଉପସ୍ଥିତି ଜାଣି ମାଓବାଦୀ ମାନେ ଯବାନଙ୍କ ଉପରକୁ ଗୁଳିଚାଳନା କରିଥିଲେ ଏଥିରେ ଜଣେ ଯବାନଙ୍କ ଅଣ୍ଟାରେ ଗୁଳି ଲାଗିଥିଲା l ଆହାତ ହୋଇଥିବା ଯବାନଙ୍କୁ ବିଜାପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଅପରପକ୍ଷରେ ତିନି ଜଣ ମାଓବାଦୀ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ଛତିଶଗଡ ସୂଚନା ମିଳି ଥିବା ବେଳେ ସେହି ଅଂଚଳକୁ ଅଧିକ ସୁରକ୍ଷା କର୍ମି ପଠାଯିବା ସହ କୁମ୍ବି ଅପରେସନକୁ ଯୋରଦାର କରାଯାଇଛି ।

Comments
Loading...