ବର୍ଜ୍ୟବସ୍ତୁକୁ ନେଇ ଜୈବିକ ସାର ପ୍ରସ୍ତୁତି କାରଖାନା ଉଦ୍‌ଘାଟିତ

ମାଲକାନଗିରି ( କୋଶଲ ନ୍ୟୁଜ୍) ମାଲକାନଗିରି ଜିଲ୍ଲା ପୌର ପରିଷଦ ପ୍ରଧାନିଗୁଡା ଠାରେ ବର୍ଜ୍ୟ ବସ୍ତୁ ଦ୍ବାରା ଯୌବିକ ଖତ ସାର ପ୍ରସ୍ତୁତ କାରଖାନା ଆଜି ମାଲକାନଗିରି ଜିଲ୍ଲାପାଳ ୱାଇ.ବିଜୟ ଉଦଘାଟନ କରିଛନ୍ତି । ସଂଗୃହିତ ହେଉଥିବା ବର୍ଜ୍ୟବସ୍ତୁକୁ ଏଣେ ତେଣେ ନ ପକାଇ ନିଆଁ ଲଗାଇ ଏହି ସବୁ ବର୍ଯ୍ୟବସ୍ତୁକୁ ଜୈବିକ ଖତ ସାର ପ୍ରସ୍ତୁତ କରିବା ପାଇଁ ୭୬ ଲକ୍ଷ ଟଙ୍କା ବ୍ୟୟରେ ଏକ ଜୈବିକ ଖତ ସାର ଉତ୍ପାଦନ କାରଖାନା ନିର୍ମାଣ କରାଯାଇଛି । ଜିଲ୍ଲାରେ ଜଙ୍ଗଲ , କୃଷି , ମୃତିକା ସଂରକ୍ଷଣ , ଜଳ ବିଭାଜିକା ଇତ୍ୟାଦି ବିଭାଗ ଗୁଡିକ୍ ବୃକ୍ଷ ରୋପଣ ସମୟରେ ଏହି କାରଖାନାରୁ ଜୈବିକ ସାର ନେଇ ସେଠାରେ ପକାଇବା ପାଇଁ ଜିଲ୍ଲାପାଳ ପଦାଧୁକାରୀ ମାନଙ୍କୁ ପରାମର୍ଶ ଦିଆଯାଇଛନ୍ତି । ଏହା ଦ୍ଵାରା କୃଷି ଉତ୍ପାଦନ ବୃଦ୍ଧି , ସବୁଜ ବଳୟ ସୃଷ୍ଟି ଏବଂ ପରିବେଶ ସୁରକ୍ଷିତ ହୋଇ ପାରିବ । କୌଣସି ବିଭାଗ କିମ୍ବା ୱେଚ୍ଛାସେବୀ ଅନୁଷ୍ଠାନ ଗୁଡିକ ଜିଲ୍ଲା ବାହାରୁ ଜୈବିକ ଖତ ସାର ନ ଆଣିବା ପାଇଁ ପରାମର୍ଶ ଦେଇଛନ୍ତି । ଏହି କାରଖାନାରେ ଅନେକ ଶ୍ରମିକ କର୍ମ ନିଯୁକ୍ତି ପାଇବା ସହ ମହିଳା ମାନେ ମଧ୍ୟ କର୍ମ ନିଯୁକ୍ତି ପାଇ ସ୍ଵଭାବଳୟୀ ହୋଇ ପାରିବେ । ଚାଷୀ ମାନେ ସିଧା ସଳଖ ଏହି କାରଖାନାରୁ ଖତ ସାର ଖ ହଁ କରି ପନିପରିବା , ଧାନ ଭଳି ଅନାନ୍ୟ ଚାଷରେ ପୟୋଗ କରି ପାରିବେ । ଆଜି ଏହି କାରଖାନାର ଉତ୍ପାଦନ ଆରମ୍ଭ ହେବା ଯୋଗୁଁ ଚାଷୀ ମାନେ ଖୁସି ପ୍ରକଟ କରିଛନ୍ତି ।

Comments
Loading...