ଭେକ୍ସିନ କେନ୍ଦ୍ରରେ ଅନିମିୟତା, ମାନୁ ନାହାନ୍ତି କୋଭିଡ଼ ଗାଇଡ଼ ଲାଇନ

ମାଲକାନଗିରି ( କୋଶଲ ନ୍ୟୁଜ୍) ଭେକ୍ସିନ କେନ୍ଦ୍ରରେ ଦେଖିବାକୁ ମିଳିଛି ଅନିମିୟତା l ଭେକ୍ସିନ ନେବାକୁ ଆସିଥିବା ଲୋକମାନେ ମାନୁ ନାହାନ୍ତି Covid ଗାଇଡ଼ ଲାଇନ l ଏପରି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଆଶ୍ରମ ବିଦ୍ୟାଳୟରେ l ମିଳିଥିବା ସୂଚନା ଅନୁସାରେ ଆଶ୍ରମ ବିଦ୍ୟାଳୟରେ କୋଭିଡ ଟିକା କାର୍ଯ୍ୟ କ୍ରମ ଚାଲୁଥିବା ସମୟରେ ଅହେତୁକ ଜନଗହଳି ଦେଖିବାକୁ ମିଳିଥିଲା। ଟୀକା ନେବାକୁ ଆସିଥିବା ଲୋକମାନଙ୍କ ମଧ୍ୟରେ କୌଣସି ସାମାଜିକ ଦୂରତା ନ ଥିଲା କି ଠିକ ଭାବରେ ମାସ୍କ ର ବ୍ୟବହାର ମଧ୍ୟ କରି ନଥିଲେ l ପୋଲିସ ପ୍ରଶାସନ ତରଫରୁ ବିଶୃଙ୍ଖଳା ସୃଷ୍ଟି ନ କରି ଟିକା ଗ୍ରହଣ କରିବା ପାଇଁ କୁହାଯାଉଥିଲେ ମଧ୍ୟ ଲୋକମାନେ କାହାରି କଥାକୁ କର୍ଣ୍ଣପାତ ନକରି ଆଇନ ଅମାନ୍ୟ କରୁଥିଲେ।

ଏଭଳି ସ୍ଥିତିରେ କୋରୋନା କମିବା ପରିବର୍ତ୍ତେ ଅଧିକ ବ୍ଯାପିବାର ସମ୍ଭାବନା ଅଛି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନାର ବିଷୟ ପାଲଟିଛି।

Comments
Loading...