ମାନବିକତାର ପରିଚୟ ଦେଲେ ଯବାନ, ରକ୍ତଦାନ କରି ଗର୍ଭବତୀଙ୍କ ଜୀବନ ରକ୍ଷା କଲେ

ମାଲକାନଗିରି (କୋଶଲ ନ୍ୟୁଜ୍) ମାନବିକତାର ପରିଚୟ ଦେଲେ ଯବାନ, ରକ୍ତଦାନ କରି ଗର୍ଭବତୀ ମହିଳାଙ୍କ ଜୀବନ ବଞ୍ଚେଇଲେ l ସୂଚନା ଅନୁସାରେ ମାଲକାନଗିରି ଜିଲ୍ଲା ସୀମାନ୍ତ ସୁକୁମା ଜିଲ୍ଲାର ପାକନଗୁଡା ଗ୍ରାମର ମିଟକି ଦେବୀ ନାମକି ଜଣେ ଗର୍ଭବତୀ ମହିଳା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରସବ ସମୟରେ ଶରୀରରେ ରକ୍ତ ଅଭାବ ଯୋଗୁଁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଥିଲା l ରୋଗୀର ଚିକିତ୍ସା ନିମନ୍ତେ B + ve ରକ୍ତ ଆବଶ୍ୟକ ଅଟେ l କରୋନା ମହାମାରୀ ଲକଡାଉନ ଯୋଗୁଁ B + ve ରକ୍ତ ମିଳିବା କଷ୍ଟ କର ହେଉଥିଲା l ବହୁତ ଖୋଜା ଖୋଜି ପରେ ମଧ୍ୟ ରକ୍ତ ମିଳି ନ ଥିଲା l ନିକଟରେ ଥିବା CRPF ର ଦ୍ୱିତୀୟ ବାହିନୀର କାମାଣ୍ଡେଣ୍ଟ ତାସି ଗ୍ୟାଲିକଙ୍କୁ ଏହି ବିଷୟରେ କହିବାରୁ ସେ କ୍ୟାମ୍ପର ଯବାନ ମାନଙ୍କୁ ଏହି ବିଷୟରେ ଅବଗତ କରେଇଥିଲେ l

ଏହି ଖବର ଜାଣିବା ପରେ CRPF ଦ୍ୱିତୀୟ ବାହିନୀର ଜଣେ ଯବାନ ଜିଡ଼ି କୌଶିକ ରକ୍ତଦାନ କରିଥିଲେ l ବର୍ତ୍ତମାନ ମହିଳା ଜଣଙ୍କ ସୁସ୍ଥ ଥିବା ଡାକ୍ତର ସୂଚନା ଦେଇଛନ୍ତି l

Comments
Loading...