ବାଇକ ଆମ୍ବୁଲାନ୍ସ ସେବା

ମାଲକାନଗିରି ( କୋଶଲ ନ୍ୟୁଜ୍) ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ଅଣ୍ଡରାହାଲ ପଞ୍ଚାୟତ ର ବଣ୍ଡା ଜନଜାତି ଙ୍କ ପାଇଁ ସରକାର ଓପିଲିପି ଓ ବଣ୍ଡା ଉନ୍ନୟନ ସମିତି ପକ୍ଷରୁ ସ୍ବାସ୍ଥ୍ୟସେବା ଯୋଗାଇଦେବା ପାଇଁ ଏକ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି । ବଣ୍ଡା ଘାଟିରେ ଥିବା ବିଭିନ୍ନ ଗ୍ରାମ ମୁଦୁଲିପଡ଼ା ଓ ଅଣ୍ଡରା ହାଲ ପଞ୍ଚାୟତର ୩୦ରୁ ଉର୍ଦ୍ଧ ଗାଁ ମଧ୍ୟରୁ କିଛି ଗ୍ରାମକୁ ବାଦ ଦେଲେ ଅଧୁକାଂଶ ଗାଁ କୁ ଭଲ ରାସ୍ତାଟିଏ ନାହିଁ ।

ଏହି ବଣ୍ଡା ଜନଜାତିର ଲୋକ ମାନେ ବହୁ ଆଭ୍ୟନ୍ତରିଣ ଅଞ୍ଚଳରେ ରହୁଥିବାରୁ ହଠାତ କୌଣସି ସ୍ଵାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଲେ ସେଠାକୁ ଆମ୍ବୁଲାନ୍ସ କିମ୍ବା କୌଣସି ଗାଡି ମୋଟର ପହଞ୍ଚି ପାରୁନଥିଲା l ବାଧ୍ୟ ହୋଇ ଲୋକମାନେ ଭାରରେ ବୁହା ହୋଇ ଦୀର୍ଘ କିମି ପାଦ ଚାଲି ଚାଲି ସ୍ଵାସ୍ଥ୍ୟ କେନ୍ଦ୍ରରେ ଆଣିଥାନ୍ତି । ଏହାକୁ ଦୃଷ୍ଟି ରେ ରଖି ବିକାଶ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଆଜି ବାଇକ ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯାଇଛି । ଆମ୍ବୁଲାନ୍ସ ସବୁବେଳେ ଅଣ୍ଡରା ହାଲ ପଞ୍ଚାୟତରେ ରହିବ ଓ ଏହାର ପରିଚାଳନା ଦାଇତ୍ଵ ସ୍ଥାନୀୟ ବାଲିପାହାଡ଼ ଯୁବକ ସଂଘକୁ ହସ୍ତାନ୍ତର କରାଯାଇଛି ।

Comments
Loading...