ସିସିଟିଭି ରେ କଏଦ ହେଲା ଗାଡି ଚୋରିର ଦୃଶ୍ୟ

ମାଲକାନଗିରି ( କୋଶଲ ନ୍ୟୁଜ୍) ଦିନକୁ ଦିନ ଚୋର ମାନଙ୍କର ଆତଙ୍କ ସବୁଠାରେ ବଢିବାରେ ଲାଗିଛି l ଚୋରି କରିବା ପାଇଁ ଚୋର ମାନେ ଦିନ ରାତି ଦେଖୁନାହାନ୍ତି, ସମୟ ସୁଯୋଗ ମିଳିଲେ ହାତ ମାରି ଦେଉଛନ୍ତି ଲୋକଙ୍କର ଦାମିକିଆ ଜିନିଷ ଉପରେ l ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ସଦର ମହକୁମା ତଳସାହି ଶିବ ମନ୍ଦିର ନିକଟରେ ରହୁଥିବା ପି.ଚେଣ୍ଡି ଙ୍କ ଘରେ l ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତ୍ର ପ୍ରାୟ ୧ ଘଣ୍ଟା ୩୦ମିନିଟ ସମୟରେ ୩ ଜଣ ଦୃବୃତ୍ତ ପି.ଚେଣ୍ଡି ଙ୍କ ଘର ବାଉଣ୍ଡରି ଭିତରେ ପସି ବାହାରେ ରହିଥିବା ଦୁଇଟି ମୋଟର ସାଇକେଲକୁ ଠେଲି ଠେଲି ବାହାରକୁ ଆଣିବା ପରେ ଚଲାଇ ନେଇଯାଇଥିଲେ l ସେହି ସମୟରେ ଅନ୍ୟ ଜଣକର ମୋଟର ସାଇକେଲକୁ ମଧ୍ୟ ଦୁର୍ବୁତ୍ତ ମାନେ ଚୋରି କରୁଥିଲେ ମାତ୍ର ବିଫଳ ହୋଇ ଅଧାବାଟରେ ମୋଟର ସାଇକେଲଟିକୁ ଛାଡି ପଳେଇଥିଲେ lଆଜି ସକାଳୁ ଉଭୟ ଗାଡ଼ି ମାଲିକ ଉଠି ଘରେ ଗାଡି ନ ଥିବା ଦେଖୁବାକୁ ପାଇ ସିସି ଟିଭି ଯାଞ୍ଚ କରିବାରୁ ଜାଣି ପାରିଥିଲେ ତାଙ୍କର ଦୁଇଟି ଗାଡି ଚୋରି ହେଇଛି l ଏ ସମ୍ପର୍କରେ ମାଲକାନଗିରି ଥାନାରେ ଏତଲା ଦେବା ପରେ ପୋଲିସ ସିସି ଟିଭି ଫୁଟେଜ ଆଧାରରେ ଦୃବୃତ୍ତ ଙ୍କୁ ଧରିବା ପାଇଁ ତଦନ୍ତ ଚଳାଇଛି l

Comments
Loading...