ମାଲକାନଗିରି ଚିଟଫଣ୍ଡ ଟଙ୍କା ହଡପ ଘଟଣାରେ ବାପ ଓ ପୁଅ ଗିରଫ

ମାଲକାନଗିରି, ମାଲକାନଗିରି ଜିଲା କାଲିମେଳା ପୋଲିସ ଚିଟ୍‌ଫଣ୍ଡ ଟଙ୍କା ହଡପ ଘଟଣାରେ ବାପ ପୁଅଙ୍କୁ ଗିରଫ କରି ରବିବାର କୋର୍ଟଚାଲାଣ କରିଛି । ସେମାନେ ହେଲେ ସ୍ଥାନୀୟ ଏମଭି-୯୦ ଗ୍ରାମର ଅନୁପ ଶାହା(୪୦) ଓ ତାଙ୍କ ବାପା ଅମଲ ଶାହା (୬୫) । ସ୍ଥାନୀୟ ବୁଦୁଗୁଡା ଗ୍ରାମର କାନ୍ତି ପୁଲାୟାଙ୍କ ସ୍ତ୍ରୀ ପାର୍ବତୀୟା ବାଇ (୪୭) କାଲିମେଳା ଥାନାରେ ଅଭିଯୋଗ କରିଥିଲେ ଯେ, ତାଙ୍କ ପୁଅ କାନ୍ତି ରମେଶ ୨୦୧୦ରେ ଛତିଶଗଡ ରାଜ୍ୟରେ ପୋଲିସ ଚାକିରି କରୁଥିବା ସମୟରେ ମାଓବାଦୀ ହାମଲାରେ ଶହୀଦ ହୋଇଥିଲେ। ଏନେଇ ସେତେବେଳେ ରମେଶଙ୍କ ମାଆ ବାପାଙ୍କୁ ଛତିଶଗଡ଼ ସରକାରଙ୍କ ପକ୍ଷରୁ ଅନୁକମ୍ପାମୂଳକ ସହାୟତା ରାଶି ମିଳିଥିଲା। ଏହି ଟଙ୍କା ସମ୍ପର୍କରେ ଏ– ୯୦ ଗ୍ରାମର ଅନୁପ ଜାଣିଥିଲେ। ପରେ ସେ କାନ୍ତି ପୁଲାୟା ଓ ପାର୍ବତୀୟା ବାଇଙ୍କୁ ଘରୋଇ ଚିଟ୍‌ଫଣ୍ଡ ସଂସ୍ଥାରେ ଟଙ୍କା ରଖୁଲେ ଅଧୁକ ସୁଧ ମିଳିବ ବୋଲି ପ୍ରଲୋଭନ ଦେଖାଇଥିଲେ। ଏହି ଚିଫଣ୍ଡ ସଂସ୍କାର ଏଜେଣ୍ଟ ଥିବା ଅନୁପଙ୍କ କଥାକୁ ବିଶ୍ବାସ କରି ୮ ଲକ୍ଷ ଟଙ୍କା କାନ୍ତି ପୁଲେୟା ତାଙ୍କ ଆକାଉଣ୍ଟରୁ ଅନୁପ ଓ ଅମଲ ଶାହାଙ୍କ ଆକାଉଣ୍ଟକୁ ୨୦୧୨ରେ ଟ୍ରାନ୍ସଫର କରିଥିଲେ। କିନ୍ତୁ ଅଭିଯୁକ୍ତ ମାନେ ଉକ୍ତ ରାଶିକୁ ଚିଟଫଣ୍ଡରେ ଦାଖଲ ନ କରି ହଡ଼ପ କରିଥିଲେ। ବୃଦ୍ଧ ଦମ୍ପତିଙ୍କୁ ଏବାବଦରେ କୋଣସି ରସିଦ ମଧ୍ୟ ଅନୁପ ଦେଇ ନଥିବା ପ୍ରକାଶ ଏବେ ଟଙ୍କା ଫେରାଇ ଦେବାକୁ କହିବାରୁ ବାପପୁଅ ସେମାନଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଉଥିବା କହୁଛନ୍ତି କ୍ଷତିଗ୍ରସ୍ତ ଦମ୍ପତି । ଅନନୋପାୟ ହେଇ ଏବେ କାଲିମେଳା ଥାନାରେ ନ୍ୟାୟ ପାଇଁ ଦ୍ବାରସ୍ଥ ହେଇଛନ୍ତି। ଏନେଇ କାଲିମେଳା ପୋଲିସ ୬୭/୨୧ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ପ୍ରକାଶ ରବିବାର ସମ୍ପୂକୁ ବାପପୁଅଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ଆଇଆଇସି ଜଗଦିଶ ବାରା କହିଛନ୍ତି।

Comments
Loading...