୪ଟି ବ୍ଲକର ୬ ଟି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ଜିଲ୍ଲା ପ୍ରଶାସନ

ମାଲକାନଗିରି ( କୋଶଲ ନ୍ୟୁଜ୍) ଦିନକୁ ଦିନ ମାଲକାନଗିରି ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି l ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଜିଲ୍ଲାର 4 ଟି ବ୍ଲକର 6 ଟି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ସେହି ବ୍ଲକ ଗୁଡିକ

  • ମାଲକାନଗିରି ପୌରାଞ୍ଚଳର ୱାର୍ଡ ନମ୍ବର 19ର MV-42 ଗ୍ରାମ କାଲିମେଳା ବ୍ଲକର ଗିରକାନପଲ୍ଲୀ ପଞ୍ଚାୟତର MPV-48, ଗୁମୁକା ପଞ୍ଚାୟତର MV-64, ଲୁଗେଲ ପଞ୍ଚାୟତର MPV-46
  • ମାଲକାନଗିରି ତାମସା ପଞ୍ଚାୟତର MV-48
  • ଖଇରପୁଟ ବ୍ଲକର ରାସବେଡା ପଂଚାୟତର Jay Children Home ଓ ମୁଣ୍ଡିଗୁଡା ଏହି ସବୁ ଅଞ୍ଚଳକୁ ଜିଲ୍ଲା ପ୍ରଶାସନ ପକ୍ଷରୁ 02:06:2021 ତାରିଖ ସନ୍ଦ୍ୟା 5 : 00 ଟାରୁ ପରବର୍ତୀ ଆଦେଶ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ଏହି ସବୁ ଅଞ୍ଚଳର ପରିସ୍ଥିତି ଉପରେ ନଜର ରଖିବା ସହ ତଦାରଖ କରିବା ପାଇଁ ସ୍ଥାନିୟ ତହସିଲଦାର ଓ ପୋଲିସକୁ ନିର୍ଦ୍ଧେଶ ଦିଆଯାଇଛି ।
Comments
Loading...