ପୋଲ ନିର୍ମାଣରେ ଦୁର୍ନୀତି ବିକାଶ ନାମରେ ବିନାଶ କରୁଛନ୍ତି ଠିକାଦାର ଓ ଜେଇ

ମାଲକାନଗିରି ( କୋଶଲ ନ୍ୟୁଜ୍) ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଳକ ସ୍ବାଭିମାନ ଅଞ୍ଚଳ ଯୋଡାଆମ୍ବ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁନ୍ତୁର ପଦର ଗ୍ରାମ ରେ ଲୋକଙ୍କ ଯାତାୟାତ ର ସୁବିଧା ପାଇଁ ଗାଁ ନିକଟସ୍ଥ ଏକ ନାଳ ରେ ପୋଲ ନିର୍ମାଣ କାର୍ଯ୍ଯ ଆରମ୍ଭ କରାଯାଇଛି କିନ୍ତୁ ଦୁଖ ର ବିଷୟ କାର୍ଯ୍ଯ କରୁଥିବା ଠିକାଦାର ଓ ଜେଇ ବାବୁଙ୍କ ସଲା ସୁତୁରା ରେ କାର୍ଯ୍ଯ ଚାଲୁଥିବା ଗ୍ରାମ ବାସୀ ଅଭିଯୋଗ କରିଛନ୍ତି।ପୋଲ ନିର୍ମାଣ କାର୍ଯ୍ଯ ଅତି ନିମ୍ନମାନର ଏଥିରେ ବାଲି ବଦଳରେ ପଟୁ ମାଟି ବ୍ୟବହାର କରି କାର୍ଯ୍ଯ କରୁଛନ୍ତି ବୋଲି ଗ୍ରାମ ବାସି ଅଭିଯୋଗ କରିଛନ୍ତି।ଯୋଡାଆମ୍ବ ଗ୍ରାମ ପଞ୍ଚାୟତର ଜୟରାମ ପୁନା,ପୁର୍ବତନ ଭାଇସ୍ ଚେୟାରମ୍ୟାନ, ସୁବାସ ଶିଶା ଓ ବୁଦ୍ଧି ଯିବିଙ୍କ କହିବା ଅନୁଯାଇ ଠିକାଦାର ଜଣକ ତାର ମନମୁତାବକ କାର୍ଯ୍ଯ କରୁଥିବା ଉକ୍ତ ବ୍ୟକ୍ତି ମାନେ ଅଭିଯୋଗ କରିଛନ୍ତି। ସ୍ବାଭିମାନ ଅଞ୍ଚଳ କୁ ବିକାଶ ନାମରେ ବିନାଶ ଦିଗକୁ ଟାଣି ନେଉଛନ୍ତି କିଛି ଠିକାଦାର ଓ ଜେଇ l ପୋଲ ନିର୍ମାଣ କାର୍ଯ୍ଯର ତଦନ୍ତ କରି ପ୍ରଶାସନ ତୁରନ୍ତ ପଦକ୍ଷେପ ଗ୍ରହଣ ନ କଲେ ଗ୍ରାମବାସୀ ମାନେ କୋଭିଡ ଗାଇଡ ଲାଇନ ଉଲଙ୍ଘନ କରି ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଗ୍ରାମବାସି ଚେତାବନି ଦେଇଛନ୍ତି

Comments
Loading...