କୋଭିଡ ସଚେତନତା ଭର୍ଚୁଆଲ ବୈଠକ ମାଧ୍ୟମରେ

ମାଲକାନଗିରି ( କୋଶଲ ନ୍ୟୁଜ୍) ଆଜି ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମ୍ମା ସ୍ଥିତ ଡାରୱିନ ମୋମୋରିଆଲˎ ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ପକ୍ଷରୁ ଭର୍ଚୁଆଲˎମାଧ୍ୟମରେ କୋଭିଡ଼ ମହାମାରୀ ର ଦ୍ୱିତୀୟ ଲହରୀ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଆଜିର ଏହି କାର୍ଯ୍ୟକ୍ରମକୁ ଅଧ୍ୟକ୍ଷ ଅଶୋକ କୁମାର ପ୍ରଧାନ ପରିଚାଳନା କରିଥିଲେ l
ଏହି ବୈଠକରେ କୋଭିଡ଼ ମହାମାରୀରୁ ନିଜେ ସଚେତନ ରହିବା ସହ ପରିବାର ଏବଂ ଆଞ୍ଚଳବାସୀଙ୍କୁ ସାମାଜିକ ଗଣମାଧ୍ୟମ ଜରିଆରେ ସଚେତନ କରି କରୋନ ସଂକ୍ରମଣରୁ କିପରି ରକ୍ଷା ପାଇହେବ ସେ ନେଇ ଆଲୋଚନା ହୋଇଥିଲା । ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ କୋଭିଡ ମହାମାରୀର ଦ୍ଵିତୀୟ ଲହରୀର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ l ଏହା ସହ ଭାରତରେ ତୃତୀୟ ଲହରି ଯେପରି ନ ପ୍ରବେଶ କରେ ସେ ସମ୍ପର୍କିତ ତଥ୍ୟ ଉପସ୍ଥାପନା କରଯାଇଥିଲା ।ଆଜିର ଏହି ଭର୍ଚୁଆଲ ବୈଠକରେ ସ୍ଥାନୀୟ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ସନ୍ତୋଷ କୁମାର ଷଡଙ୍ଗୀ, ତହସିଲଦାର ବିଜୟ ମାଣ୍ଡ।ଙ୍ଗୀ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଇତିହାସ ବିଭାଗର ବରିଷ୍ଠ ଅଧ୍ୟାପକ ସଦାନନ୍ଦ ନାୟକ, ଏନ.ଏସ.ଏସ. ଜିଲ୍ଲା ଅଧିକାରିଣୀ ନମିତା ଦଣ୍ଡସେନା, ଅଧ୍ୟକ୍ଷ ଅଶୋକ କୁମାର ପ୍ରଧାନ, ସ୍ଥାନୀୟ ଯୋଗ ଶିକ୍ଷକ ଭଗବାନ ସାହୁ, କଲେଜର ସମସ୍ତ ଶିକ୍ଷକ ଏବଂ ଅଣଶିକ୍ଷକ, ସ୍ଥାନୀୟ ବୁଦ୍ଧିଜିବୀ, ଜିଲ୍ଲାର ସମସ୍ତ ଏନˎଏସˎଏସˎ ଅଧିକାରୀ, ମହାବିଦ୍ୟାଳୟର ସ୍ଵେଚ୍ଛାସେବୀଙ୍କ ସହ ଛାତ୍ର ଛାତ୍ରୀ ପ୍ରମୁଖ ଯୋଗଦେଇ କୋଭିଡ଼ ଦ୍ଵିତୀୟ ଲହରୀରେ କିପରି ସମସ୍ତେ ସୁରକ୍ଷିତ ରହିବେ ସେ ସମ୍ପର୍କରେ ଆଲୋଚନା କରିଥିଲେ ।ସର୍ବ ଶେଷରେ ମହାବିଦ୍ୟାଳୟର ଏନˎଏସˎଏସˎ କାର୍ଯ୍ୟକ୍ରମ ଅଧିକାରୀ ବିଶ୍ଵଜିତˎ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Comments
Loading...