ମାଲକାନଗିରି ଜିଲ୍ଲାପାଳ ଡ଼ଃ ୟାଦୁଲ୍ଲା ବିଜୟଙ୍କ ଦ୍ଵାରା ଶୁଭାରମ୍ଭ ହେଲା ନୂତନ ପାଠାଗାର

ମାଲକାନଗିରି ( କୋଶଲ ନ୍ୟୁଜ୍) ଆଜି ମାଲକାନଗିରି ଜିଲ୍ଲାପାଳ ଡ଼ଃ ୟାଦୁଲ୍ଲା ବିଜୟଙ୍କ ଦ୍ଵାରା ସଂସ୍କୃତି ଭବନ ନିକଟରେ ଶୁଭାରମ୍ଭ ହେଲା ନୂତନ ପାଠାଗାର l ଏଠାରେ ପୁସ୍ତକ ପ୍ରେମୀ ମାନେ ନିଜ ମନ ପସନ୍ଦର ପୁସ୍ତକ ଯଥା ଓଡ଼ିଆ, ହିନ୍ଦୀ ଏବଂ ଇଂରାଜୀ ଭାଷାରେ ପ୍ରକାଶିତ ଗଳ୍ପ, ଉପନ୍ୟାସ, ପ୍ରବନ୍ଧ, ଇତିହାସ, ଧର୍ମ ଗ୍ରନ୍ଥ ଆଦି ଅଧୟନ କରିପାରିବେ।ଏହି ପାଠାଗାରର ପରିବେଶ ମନୋରମ କରାଯାଇଛି l ପାଠକ ମାନଙ୍କ ନିମନ୍ତେ ଦୁଇଟି ସ୍ବତନ୍ତ୍ର ପାଠଶାଳା କୋଠରୀ ନିର୍ମାଣ ସହ ଦୈନିକ ଖବରକାଗଜର ସୁବିଧା ମଧ୍ୟ କରାଯାଇଛି ।ଏହା ସହ ପାଠାଗାରରେ ପାନିୟ ଜଳ ଓ ସୌଚାଳୟର ସୁବିଧା ମଧ୍ୟ କରାଯାଇଛି।

ଜିଲ୍ଲାରେ ନୂତନ ପାଠାଗାର ନିର୍ମାଣ ହେବା ପୁସ୍ତକ ପ୍ରେମୀଙ୍କ ପାଇଁ ଏକ ଖୁସିର ଖବର ବୋଲି ଜିଲ୍ଲାପାଳ, କେତେକ ପାଠକ ଓ ବୁଦ୍ଧିଜୀବି ମାନେ ମତ ପ୍ରକାଶ କରିଛନ୍ତି। ଏହି ଉଦଘାଟନୀ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ,ପ୍ରକଳ୍ପ ନିର୍ଦ୍ଦେଶକ ଜିଲ୍ଲା ଗ୍ରାମ୍ଯ ଉନ୍ନୟନ ସଂସ୍ଥା ବାଳମୁକୁନ୍ଦ ଭୁଇଁଆ,ଉପ – ଜିଲ୍ଲାପାଳ ରାମେଶ୍ବର ପ୍ରଧାନ,ସୂଚନା ଏବଂ ଲୋକସମ୍ପର୍କ ଅଧିକାରୀ ସ୍ନିଗ୍ଧା ଚୌଧୁରୀ, ଅଧ୍ୟାପକ ଡଃ ରଞ୍ଜନ କୁମାର ସ୍ବାଇଁ , ହରେକୃଷ୍ଣ କୀର୍ତ୍ତନିଆ ,ସାମ୍ବାଦିକ , ଏବଂ ଶିକ୍ଷାବିତ ଉପସ୍ଥିତ ଥିଲେ।

Comments
Loading...