ଦିବଙ୍ଗତ ଶିକ୍ଷକଙ୍କ ପରିବାରକୁ ସହାୟତା ଯୋଗାଇଲେ ଏକ୍ସ କ୍ୟାଡର ଶିକ୍ଷକ ସଙ୍ଘ


ମାଲକାନଗିରି ( କୋଶଲ ନ୍ୟୁଜ୍) ମାଲକାନଗିରି ଜିଲ୍ଲା କରୁକୋଣ୍ଡା ବ୍ଲକ ଅନ୍ତର୍ଗତ ପଟ୍ରେଲ ପଂଚାୟତ ର ପୁରୁଣା ଓରକେଲ ବିଦ୍ୟାଳୟ ର ଗଣ ଶିକ୍ଷକ ସମୀର ରାୟ ପରିବାର ଙ୍କୁ ଆଜି ଗଣ ଏକ୍ସ କ୍ୟାଡର ଶିକ୍ଷକ ସଂଘ ପକ୍ଷରୁ ୨୪୫୦୦ ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି । ସୂଚନା ଯୋଗ୍ୟ ଯେ ମୃତ୍ୟୁ ଗଣ ଶିକ୍ଷକ ସମୀର ରାୟ ଗତ ୨୦/୦୫/୨୧ ତାରିଖ ଦିନ ତାଙ୍କର ସ୍ୱାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ମାଲକାନଗିରି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା ସେଠାରେ ସ୍ୱାସ୍ଥ୍ୟ ଅବସ୍ଥା ଠିକ ନହେବାରୁ ଡାକ୍ତର ତାଙ୍କୁ କୋରାପୁଟ ସ୍ୱାସ୍ଥ୍ୟକେନ୍ଦ୍ର କୁ ସ୍ଥାନାନ୍ତରିତ କରିଥିଲେ କୋରାପୁଟ ରୁ ବିଶାଖାପାଟଣା କୁ ନେବା ପରେ ୩୧ ତାରିଖରେ ସେଠାରେ ତାଙ୍କର ମୃତ୍ୟ ହୋଇଥିଲା । ସେ ଜଣେ ଗଣ ଶିକ୍ଷକ ଥିବାଯୋଗୁଁ ପରିବାର ଆର୍ଥିକ ଅବସ୍ଥା ସେତେ ସ୍ଵଛଳ ନଥିଲା । ସମୀର ଙ୍କ ମୃତ୍ୟ ପରେ ପରିବାର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗିପଡିଥିଲେ । ଏପଟେ କରୋନା ମହାମାରୀରେ ପରିବାର ଚଳିବା ପାଇଁ କାଠିକର ପାଠ ହୋଇପଡିଥିଲା । ଏଭଳି ପରିସ୍ଥିତି ରେ ଗଣ ଶିକ୍ଷକ ସଂଘ ସହଯୋଗର ହାତ ବଢାଇଲେ ଉକ୍ତ ପରିବାରକୁ l ତାଙ୍କ ପରିବାରକୁ ଆର୍ଥିକ ରାଶି ୨୪୫୦୦ ଟଙ୍କା ପ୍ରଦାନ କରିଥିଲେ l ଆଜିର ଏହି ସହାୟତା କାମରେ କରୁକୋଣ୍ଡା ବ୍ଲକ ସଭାପତି,ତଥା ଜିଲ୍ଲା ସମ୍ପାଦକ ପଦ୍ମଚରଣ ରଥ, କୋଷଧକ୍ଷ ସଞ୍ଜିତ ସାନା, ବ୍ଲକ ସମ୍ପାଦକ ଭୀମ ଖିଲ , ଅସିତ ବାହାଦୂର , ଅଜିତ ହାଲଦାର,ଭଗବାନ ମୁଦୁଲି ପ୍ରମୁଖ ଉପସ୍ଥିତ ରହି ପରିବାର ବର୍ଗଙ୍କୁ ସହାନୁଭୂତି ସହ ଆର୍ଥିକ ସହାୟତା ଯୋଗାଇଥିଲେ । ଏଥିରେ ପରିବାର ବର୍ଗ ଓ ସାଧାରଣ ଜନତାଏକ୍ସ କ୍ୟାଡର ସଂଘ କୁ ଧନ୍ୟବାଦ ଦେବାସହ ସଂଘକୁ ଏହିଭଳି କାର୍ୟ୍ଯ ପାଇଁ ଉତ୍ସ।ହିତ କରିଛନ୍ତି ।

Comments
Loading...