୨୦୨୧ ବନ ମହୋତ୍ସବର ଶୁଭାରମ୍ଭ


ମାଲକାନଗିରି ( କୋଶଲ ନ୍ୟୁଜ୍) ପ୍ରତିବର୍ଷ ଜୁନ ମାସ ୧ ତାରିଖରୁ ସପ୍ତାହ ସାତଦିନ ପଯ୍ୟନ୍ତ ସମଗ୍ର ଦେଶରେ ବନମହୋତ୍ସବ ଦିବସ ପାଳନ କରାଯାଇଥାଏ l ଆଜି ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ ଅନ୍ତର୍ଗତ ପଡ଼ିଆ ଅଗ୍ନିଶମ ବିଭାଗ କେନ୍ଦ୍ରଠାରେ ବନ ମହୋତ୍ସବ ୨୦୨୧ ଆୟୋଜିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖଣ୍ଡୀୟ ବନଅଧିକାରୀ ଶ୍ରୀ ପ୍ରଦୀପ କତାପାଲି 2021 ବନ ମହୋତ୍ସବର ଶୁଭାରମ୍ଭ କରିଥିଲେ l ଏକ ସପ୍ତାହ ବ୍ୟାପୀ ଆରମ୍ଭ ହେଉଥିବା ବନ ମହୋତ୍ସବର ଉପକରିତା ଏବଂ ପରିବେଶରେ ଏହାର ପ୍ରଭାବ ସମ୍ପର୍କରେ ଆଲୋଚନା କରିଥିଲେ । ବନ
ମହୋତ୍ସବ ସମୟରେ ବୃକ୍ଷ ରୋପଣର ମୂଳ ଲକ୍ଷ୍ୟ ଇନ୍ଧନ ଯୋଗାଇବା, ଫଳର ଉତ୍ପାଦନ ବୃଦ୍ଧି କରିବା ଏବଂ ଦେଶର ସମ୍ଭାବ୍ୟ ଖାଦ୍ୟ ସମ୍ବଳ ଯୋଗାଡ଼ କରିବାରେ ଗଛ ଆମକୁ ସାହାୟକ ହୋଇଥାଏ ।୧୯୫୦ ମସିହାରେ ଜଙ୍ଗଲ ସଂରକ୍ଷଣ ତଥା ବୃକ୍ଷରୋପଣ ପାଇଁ ଜନତାଙ୍କ ମନରେ ଉତ୍ସାହ ସୃଷ୍ଟି କରିବା ପାଇଁ ତତ୍କାଳୀନ କେନ୍ଦ୍ର କୃଷି ଓ ଖାଦ୍ୟ ମନ୍ତ୍ରୀ କେ ଏମ ମୁନ୍ସିଙ୍କ ଦ୍ୱାରା ଏହା ଆରମ୍ଭ କରାଯାଇଥିଲା। କୃଷି କ୍ଷେତ୍ର ଚାରିପାଖରେ ଆଶ୍ରୟସ୍ଥଳ ସୃଷ୍ଟି କରିବାରେ ସାହାଯ୍ୟ ହୋଇଥାଏ | ସଂରକ୍ଷିତ ଜଙ୍ଗଲ ଗୃହପାଳିତ ପଶୁ ,ପକ୍ଷୀଙ୍କ ପାଇଁ ଖାଦ୍ୟ ଛାଇ ପ୍ରଦାନ କରିଥାଏ ।ଆଜିର ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ବିଡ଼ିଓ,ବନାଞ୍ଚଳ ଅଧିକାରୀ, ଉପଖଣ୍ଡିୟ ବନାଧିକାରୀ, ଥାନା ଅଧିକାରୀ , ବ୍ଲକ ଅଧ୍ୟକ୍ଷ, ସାଂସଦ ପ୍ରତିନିଧି,ବିଧାୟକ ପ୍ରତିନିଧି ଏବଂ ବହୁ ବୁଦ୍ଧିଜୀବୀ ଅଂଶଗ୍ରହଣ କରିବା ସହ ବୃକ୍ଷ ରୋପଣର ସମ୍ୱନ୍ଧୀୟ ମନ୍ତବ୍ୟ ପ୍ରଦାନ କରିଥିଲେ ।

Comments
Loading...