ଅଗ୍ନିଶମ ବିଭାଗ ପକ୍ଷରୁ ବନ ମହୋସବ ସପ୍ତାହ ପାଳନ

ମାଲକାନଗିରି (କୋଶଲ ନ୍ୟୁଜ୍) ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ କାଲିମେଳା ଅଗ୍ନିଶମ ବିଭାଗ ପକ୍ଷରୁ ବନ ମହୋସବ ସପ୍ତାହ ପାଳନ କରାଯାଇଛି l ବର୍ତ୍ତମାନ ପୃଥିବୀ ପୃଷ୍ଠରେ ବଢୁଥିବା ତାପମାତ୍ରା ଏବଂ ପ୍ରତିକୂଳ ପରିବେଶ ପାଇଁ ବୃକ୍ଷରୋପଣ ହିଁ ଏକମାତ୍ର ଵିକଳ୍ପ, ଯାହା ଜୀବ ଜଗତ ପାଇଁ ମଙ୍ଗଳକାରି ଅଟେ । ତେଣୁ ଏହାକୁ ଦୁଷ୍ଟିରେ ରଖି ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଜୁଲାଇ ମାସ ପ୍ରଥମ ସପ୍ତାହକୁ ” ବନ ମହୋତ୍ସବ ସପ୍ତାହ ” ରୂପେ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଳନ କରାଯାଉଛି l ଆଜି କାଲିମେଳା ଅଗ୍ନିଶମ ବିଭାଗ ତରଫରୁ ” ବନ ମହୋତ୍ସବ ସପ୍ତାହ ” ପାଳନ କରାଯାଇ ବିଭିନ୍ନ ପ୍ରକାର ଚାରା ରୋପଣ କରାଯାଥିଲା l ବୃକ୍ଷ ରୋପଣର ମୂଳ ଲକ୍ଷ୍ୟ ଇନ୍ଧନ ଯୋଗାଇବା, ଫଳର ଉତ୍ପାଦନ ବୃଦ୍ଧି କରିବା ଏବଂ ଦେଶର ସମ୍ଭାବ୍ୟ ଖାଦ୍ୟ ସମ୍ବଳ ଯୋଗାଡ଼ କରିବାରେ ଗଛ ଆମକୁ ସାହାୟକ ହୋଇଥାଏ l

ଆଜିର ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଡ଼ିଓ,ତହସିଲଦାର, ବନାଞ୍ଚଳ ଅଧିକାରୀ, ଉପଖଣ୍ଡିୟ ବନାଧିକାରୀ, ଥାନା ଅଧିକାରୀ , ବ୍ଲକ ଅଧ୍ୟକ୍ଷ ଅଂଶଗ୍ରହଣ କରିବା ସହ ବୃକ୍ଷ ରୋପଣର ସମ୍ୱନ୍ଧୀୟ ମନ୍ତବ୍ୟ ପ୍ରଦାନ କରିଥିଲେ ।

Comments
Loading...