ଚିତ୍ରକୋଣ୍ଡାରୁ ଚାରି ନକଲି ଡାକ୍ତରଙ୍କୁ ଗିରଫ

ମାଲକାନଗିରି ( କୋଶଲ ନ୍ୟୁଜ୍) ଆଜି ଚାରିଜଣ ନକଲି ଡାକ୍ତର ଙ୍କୁ ଗିରଫ କରିଛି ଚିତ୍ରକୋଣ୍ଡା ପୋଲିସ। ଏହି ଚାରିଜଣ ନକଲି ଡାକ୍ତର କୌଣସି ଡ଼ାକ୍ତରୀ ଡିଗ୍ରି କିମ୍ବା ଲାଇସେନ୍ସ ନଥାଇ ଚିତ୍ରକୋଣ୍ଡା ସମେତ ସ୍ୱାଭିମାନ ଅଂଚଳରେ ଗାଁ ଗାଁ ବୁଲି ଲୋକଙ୍କୁ ଚିକିତ୍ସା ବାହାନାରେ ଲୋକଙ୍କୁ ଠକୁଥିଲେ । ଚିତ୍ରକୋଣ୍ଡା ବ୍ଲକ ର ବିଭିନ୍ନ ସ୍ଥାନ ଯଥା ପାପଲୁର, ଜାନବାଇ, ଯୋଡାଆମ୍ବ, ଚିତ୍ରକୋଣ୍ଡା ଠାରେ ସରକାର ପ୍ରାଥମିକ ଚିକିତ୍ସା କେନ୍ଦ୍ର ଖୋଲାଯାଇଛି ଓ ମୋବାଇଲ ହେଲଥ ୟୁନିଟ ଦ୍ୱାରା ପ୍ରତ୍ୟକ ମାସ ରେ ଗାଁ କୁ ଯାଇ ଲୋକଙ୍କୁ ଚିକିତ୍ସା କରାଯାଉଛି । ଏହି ଅଂଚଳରେ ବସବାସ କରୁଥିବା ନିରୀହ ଲୋକେ ଏହି ନକଲି ଡାକ୍ତର ଙ୍କ ପାଖରେ ଚିକିତ୍ସିତ ହୋଇ ବିପଦ ରେ ପଡୁଛନ୍ତି । ଏହି ନକଲି ଡାକ୍ତର ଙ୍କ ପାଖରେ ନା ଅଛି ମେଡିକାଲ ଡିଗ୍ରି ନା ଲାଇସେନ୍ସ କୌଣସି ପ୍ରମାଣ ପତ୍ର ନଥିଲେ ମଧ୍ୟ ବହୁ ସଂଖ୍ୟାରେ ଏଭଳି ନକଲି ଡାକ୍ତର ଚିତ୍ରକୋଣ୍ଡା ସ୍ୱାଭିମାନ ଅଂଚଳ ଓ ଉପାନ୍ତ ଅଂଚଳରେ କ୍ଲିନିକ ଖୋଲି ,ସାପ୍ତାହିକ ହାଟରେ , ଓ ବିଭିନ୍ନ ଗାଁ ଗାଁ ବୁଲି ଲୋକଙ୍କୁ ଚିକିତ୍ସା କରୁଥିବା ଦେଖିବାକୁ ମିଳୁଛି । ଏ ନେଇ ଚାରିଜଣ ଙ୍କୁ ଗିରଫ କରାଯିବା ସହ ସେମାନଙ୍କ ଠାରୁ ବହୁ ମାତ୍ରାରେ ଔଷଧ ପତ୍ର ଜବତ କରାଯାଇଛି । ଗିରଫ ହୋଇଥିବା ବ୍ୟକ୍ତି ହେଲେ ବିପିନ ଚନ୍ଦ୍ର ନାୟକ ବେହେରା ଗ୍ରାମ ଡାଇକ ୩,ବିଶ୍ଵଦେଵ ସରକାର ଗ୍ରାମ ତେନ୍ତୁଲିୟା ପଶ୍ଚିମବଙ୍ଗ, ସୁଫଳ ବିଶ୍ୱାସ ଗ୍ରାମ ତେନ୍ତୁଳିୟା ପଶ୍ଚିମବଙ୍ଗ, ପଳାସ ରାୟ ଗ୍ରାମ ଗୋପାଳପୁର ପଶ୍ଚିମବଙ୍ଗ ।ଚିତ୍ରକୋଣ୍ଡା ଥାନା କେଶ ନଂ ୮୩/୮୪/୮୫/୮୬ ଅନୁଯାଇ ଗିରଫ ଚାରିଜଣଙ୍କୁ କୋର୍ଟରେ ହାଜର କାରାଯାଇଛି ।

ଏମାନେ ଡାକ୍ତରୀ ପାଠ ନପଢି ଲୋକଙ୍କ ଜୀବନ ସହିତ ଖେଳ ଖେଳି ଅକାଳରେ ବହୁ ଜୀବନ ଯାଉଥିବା ଦେଖିବାକୁ ମିଲୁଛି, ସରକାରୀ ଡାକ୍ତରଖାନା ଥାଇ ସୁଧା ଏମାନେ ଚଖମା ଦେଖାଇ ବିଭିର୍ନ ସ୍ଥାନରେ ଚିକିତ୍ସା କରୁଛନ୍ତି ଫଳରେ ଲୋକେ ଉପଯୁକ୍ତ ଚିକିତ୍ସା ରୁ ବଞ୍ଚିତ ହୋଇ ଅକାଳରେ ପ୍ରାଣ ହରାଉଛନ୍ତି l ଆହୁରି ଚିତ୍ରକୋଣ୍ଡା ସମେତ ଉପାନ୍ତ ଅଞ୍ଚଳ ରେ ବଡ଼ ବଡ଼ କୁଆକ ବୁଲୁଛନ୍ତି ସେମାନଙ୍କର ପ୍ରତି କଣ ନିଆଯିବ ବୋଲି ଚିତ୍ରକୋଣ୍ଡା ଥାନା ଅଧିକାରୀ ସୂର୍ଯ୍ୟ ପ୍ରକାଶ ନାୟକ ଙ୍କୁ ପ୍ରଶ୍ନ କରାଯାଇଥିଲା, ଇଏ ପ୍ରକିୟା ତତକ୍ଷଣl ତ ଆରମ୍ଭ ହୋଇଛି ସେମାନଙ୍କର ନାମ ଆମ ପାଖରେ ପଞ୍ଜିକୃତ ହୋଇଛି ଖୁବ ଶୀଘ୍ର ଅବଶିଷ୍ଟ ବଡ଼ ସାନ କୁଆକ ଙ୍କୁ ଗିରଫ କରାଯିବ ବୋଲି ପ୍ରକାଶ କରିଛନ୍ତି l ନିରୀହ ଜନସାଧାରଣ ଙ୍କ ପ୍ରତି କୁଆକ ମାନଙ୍କର ଏଭଳି ଜୀବନ ଖେଳ ରୋକିବାକୁ ସଫଳତାର ସହିତ ଚିତ୍ରକୋଣ୍ଡା ପୁଲିସ ଉଦ୍ୟମ ଜାରି ରଖିଛି l

Comments
Loading...