ସରକାରୀ କର୍ମଚାରୀଙ୍କୁ ଛୁରୀ ମାରି 8, 71, 000/- ଲୁଟ ଘଟଣାରେ ସାମ୍ବାଦିକଙ୍କ ସହ ଚାରି ଅଭିଯୁକ୍ତ ଗିରଫ

ମାଲକାନଗିରି (କୋଶଲ ନ୍ୟୁଜ୍) ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ମୃତିକା ସଂରକ୍ଷଣ ବିଭାଗ କାର୍ଯ୍ୟାଳୟରେ ଘଟିଥିଲା ଏକ ଅଘଟଣ l ଗତକାଲି ରାତିରେ ମାଥିଲି ମୃତିକା ସଂରକ୍ଷଣ ବିଭାଗ କାର୍ଯ୍ୟାଳୟରେ ଲକ୍ଷ୍ୟା ଧିକ ଟଙ୍କା ଡକାୟତି ଘଟଣାରେ ମାଥିଲି ପୋଲିସ ଜଣେ ସାମ୍ବାଦିକଙ୍କ ସହ ଚାରି ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି lମିଳିଥିବା ସୂଚନା ଅନୁସାରେ ରାମଚନ୍ଦ୍ର ନାଗ ନାମକ ବ୍ୟକ୍ତି ଗତ ଚାରିମାସ ମାଥିଲି ବ୍ଲକ ବର୍ଷାକଳା କ୍ଷେଦ ବିକାଶ ପରେ ଅର୍ଥ ଆଦାୟ ଏଜେଟ ଭାବେ କାର୍ଯ୍ୟ କରୁଥିଲେ l ସେହି ପ୍ରକଳ୍ପ ଅଧିନରେ ବ୍ଲକର ମେଣ୍ଡୁକୁଳି , ଦୋରାଗୁଡା , ରାମାଗୁତା ଓ ଚାମନଗୁଡ଼ା ଗ୍ରାମର ସତାଧକ ହିତାଧିକାରଙ୍କ ଠାରୁ ଚାର ଗଛ, ସାର , ବିହନ କୃଷି ଯନ୍ତ୍ରପାତି ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇଦେବା ପାଇଁ ମୋଟ 871000/- ଆଦାୟ କରି ନିଜ ପାଖରେ ରଖିଥିଲେ l ରାମଚନ୍ଦ୍ର ଗତକାଲି ରାତିରେ 87000/- ଟଙ୍କା ଶ୍ରୀ ବେହେରାଙ୍କ ନିକଟରେ ଦାଖଲ କରିଥିଲେ l ହିତାଧିକାରୀଙ୍କ ନାମଲେଖିବା ପାଇଁ ଡାଇରି ଖୋଜିବା ସମୟରେ ହଠାଥ ଚାରିଜଣ ମୁଖାପିନ୍ଧା ଯୁବକ ଶ୍ରୀ ବେହେରାଙ୍କୁ ଛୁରି ମାରି ଦେଇ ସମସ୍ତ ଟଙ୍କା ନେଇ ମଟର ସାଇକେଲ ରେ ଫେରାର ହୋଇ ଯାଇଥିଲେ l ଶ୍ରୀ ବେହେରା ତୁରନ୍ତ ମାଥିଲି ଥାନାରେ ଏ ବିଷୟରେ ଜଣାଇଥିଲେ l ଏହା ପରେ ମାଥିଲି ଥାନା ଆଇ.ଆଇ.ସି. ରଘୁନାଥ ମାଝି ଓ ପୋଲିସ କର୍ମଚାରୀ ମାନେ ସଦଳବଳେ ଚୋରମାନଙ୍କ ପିଛା କରି ଚାରିଜଣ କାବୁ କରିଥିଲେ l

ଏହି ଚାରିଜଣଙ୍କ ମଧ୍ୟରୁ ଜଣେ ମେଟ୍ରୋ ଟିଭି ସାମ୍ବାଦିକ ପ୍ରଶାନ୍ତ କୁମାର ସଗରିଆ ଗ୍ରାମ ପାତ୍ରପୁଟ, ମେନୁରି ଗ୍ରାମର ରତନ ମା , ଆନନ୍ଦ ନପ , ମାଡକାମି ଗୁଡା ଗ୍ରାମର କିଛି ନଡ଼ିଆ ବୋଲି ଜଣାପଡ଼ିଛି । ତେବେ ଏହି ଚାରିଜଣଙ୍କୁ ପଚରାଉ କରିବା ପରେ ଜଣା ପଡିଲା ଯେ ଏହି ଡକାୟତି ସଂସ୍ଥାରୁ ଅର୍ଥ ଆଦାୟକାରୀ ଟି ରାମଚନ୍ଦ୍ର ଦାଗ ଏହାର ମାଷ୍ଟର ମାଇଣ୍ଡ l ଡକାୟତି କରିବାର ପରାମର୍ଶ ରାମଚନ୍ଦ୍ର ଦେଇଥିବା ଏହି ଚାରି ପ୍ରକାଶ କରିଥିଲେ l ଏହି ଜଣଙ୍କୁ ଗିରଫ କରି ଥାନା କେଶ୍ ନମ୍ବର ୧୧୨ ତା ୧୫.୦୭.୨୦୨୧ ରୁଜୁ କରିବା ସହ 871000/- ଟଙ୍କା ସହ ଗୋଟିଏ ଛୁରି , ଚାରୋଟି ମଟର ସାଇକେଲ ଓ ୫ଟି ମୋବାଇଲ ଫୋନକୁ ପୋଲିସ ଜବତ କରିଛି l

Comments
Loading...