ଜିଲ୍ଲା ପ୍ରଶାସନ ତରଫରୁ ଆରମ୍ଭ ହେଲା ହୋମ ଡେଲିଭେରି ବ୍ୟବସ୍ଥା

ମାଲକାନଗିରି ( କୋଶଲ ନ୍ୟୁଜ୍) କରୋନା ମହାମାରୀର ଦ୍ୱିତୀୟ ଲହରିରକୁ ଦୃଷ୍ଟିରେ ରଖି ଜଣ ସାଧାରଣଙ୍କ ସୁରକ୍ଷା ନିମନ୍ତେ ଆଜି ମାଲକାନଗିରି ଜିଲ୍ଲା ପ୍ରଶାସନ ତରଫରୁ ଆରମ୍ଭ ହେଲା Home Delivery ବ୍ୟବସ୍ଥା l ଆଜି ମାଲକାନଗିରି ପୌର ପରିଷଦ କାର୍ଯ୍ୟାଳୟ ପରିସରରେ Home Delivery ବ୍ୟବସ୍ଥା ଓ ସହାୟତା କେନ୍ଦ୍ରର ଶୁଭ ଉଦ୍‌ଘାଟନ କରିଛନ୍ତି ଜିଲ୍ଲାପାଳ ଡଃ ୟାଦୁଲ୍ଲା ବିଜୟ l ଲୋକଙ୍କୁ ଏହି ସୁବିଧା ପହଂଚାଇବା ପାଇଁ ପ୍ରଶାସନ ତରଫରୁ ୪ଟି ମୋବାଇଲ ନମ୍ବର ଦିଆଯାଇଛି ନମ୍ବର ଗୁଡିକ ହେଲା 6370872373, 9337651703, 9337703086, 6370350188 l ଦିନକୁ ଦିନ ମାଲକାନଗିରି ଜିଲ୍ଲାରେ କରୋନା ସଂକ୍ରମଣ କ୍ରମଶଃ ବୃଦ୍ଧି ପାଉଥିବାରୁ ପ୍ରଶାସନ ପକ୍ଷରୁ ଲୋକଙ୍କୁ ଘରୁ ନବାହାରିବା ଲାଗି ନିବେଦନ କରିବା ସହ ଲୋକେ ଘରେ ସୁରକ୍ଷିତ ରହି ନିଜର ଅତ୍ୟାବସ୍ୟକ ସାମଗ୍ରୀ ପାଇ ପାରିବେ ସେଥିପାଇଁ ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି l ଏହି ସେବା ପୌର କର୍ମଚାରୀମାନେ, ଟିମ୍ ୱି କେନ୍ ଓ ଜୟ ମାଲକାନଗିରି ସ୍ୱେଛ୍ଛାସେବି ସଂଗଠନ ର କର୍ମକର୍ତ୍ତା ମାନେ ମିଳିତଭାବେ ବିନା ଶୁଳ୍କରେ ଲୋକଙ୍କ ଘରକୁ ରାସନ, ଔଷଧ ସହ ଅତ୍ୟାବସ୍ୟକ ସାମଗ୍ରୀ ପହଂଚାଇବେ ବୋଲି ସୂଚନା ଦିଆଯାଇଛି ।ତେବେ ସାମଗ୍ରୀ ସର୍ବ ନିମ୍ନ ୨୦୦ ଟଙ୍କାରୁ ଅଧିକ ହେବାର ଆବଶ୍ୟକ ଅଟେ l ସଙ୍କ୍ରମଣ ରୋକିବା ରେ ରାଜ୍ୟର ଅନ୍ୟ ଜିଲ୍ଲାଠାରୁ ବହୁତ ଆଗରେ ରହିଛି ମାଲକାନଗିରି ଜିଲ୍ଲା ପ୍ରଶାସନ । ସଂକ୍ରମଣ ରୋକିବାକୁ ସୀମା ସିଲ୍‌, ପରେ କରୋନା ରୋଗୀଙ୍କ ସମ୍ବନ୍ଧରେ ସଂପର୍କୀୟ, ପରିବାର ଲୋକଙ୍କୁ ଅବଗତ କରାଇବା ପାଇଁ ଇ-ସାକ୍ଷାତ ବ୍ୟବସ୍ଥା ।ବର୍ତ୍ତମାନ ଘରେ ବିତରଣ ବ୍ୟବସ୍ଥାକୁ ବୁଦ୍ଧି ଜୀବି ମହଳରୁ ପ୍ରସଂଶା କରିଛନ୍ତି ।

Comments
Loading...