ଟଙ୍କା ନ ଦେଲେ ହେବନି ରୋଗୀ ଚିକିତ୍ସା

ମାଲକାନଗିରି ( କୋଶଲ ନ୍ୟୁଜ୍) ଟଙ୍କା ନ ଦେଲେ ହେବନି ଚିକିତ୍ସା l ଏଭଳି ସଂଗୀନ ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲାର ମୁଖ୍ୟ ଚିକିତ୍ସାଲୟର ଅର୍ଥପେଡି ବିଭାଗରେ l ରୋଗୀର ଚିକିତ୍ସା ନିମନ୍ତେ ଦେବାକୁ ପଡୁଛି 200 ଟଙ୍କା l ତାହା ପୁଣି ଖୋଦ ଡାକ୍ତରଙ୍କ ଆଗରେ l ଅର୍ଥପେଡି ବିଭାଗର ଡାକ୍ତରଙ୍କ ଆଗରେ ଝାଡୁଦାର ଖୋଦ ରୋଗିଙ୍କ ପରିବାର ବର୍ଗଙ୍କୁ ଯୋର ଜବଦସ୍ତ ଟଙ୍କା ମଗୁଥିବାର ଏକ ଭିଡିଓ ଏବେ ସାମ୍ନା କୁ ଆସିଛି l ସରକାରୀ ନିୟମ ଅନୁଯାୟୀ ଜିଲ୍ଲା ଚିକିତ୍ସାଳୟରେ ରୋଗୀ ସେବା ମାଗଣାରେ ହେବା ପାଇଁ ନିୟମ ରହିଛି । ଏହି ନିୟମକୁ ଉଲଘଂନ କରି କର୍ମଚାରୀ ମାନେ ରୋଗୀଙ୍କ ସମ୍ପର୍କୀୟଙ୍କୁ ଚିକିତ୍ସା ପାଇଁ ବାଧ୍ୟ କରି ମାଗୁଛନ୍ତି ଟଙ୍କା l ଏହି ସମୟରେ ରୋଗିଙ୍କ ସମ୍ପକୀୟ୍ର ଜଣକ ଏହାର ଏକ ଭିଡିଓ ଉତୋଳନ କରିବା ପରେ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିଥିଲା । ତେବେ ଏ ନେଇ ମାଲକାନଗିରି ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଶିବ ପ୍ରସାଦ ମହାରଣାଙ୍କୁ ପଚାରିବାରୁ ସେ ଏଭଳି କୌଣସି ଅଭିଯୋଗ ପାଇ ନଥିବା କହିବା ବେଳେ ଭିଡିଓ ଟିର ସତ୍ୟାତ୍ୟ ଯାଂଚ କରିବା ସହ ଘଟଣାର ତଦନ୍ତ କରି ଦୋଷିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ମତ ରଖିଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସଳୟର ଏଭଳି ଚିତ୍ର ସାମ୍ନାକୁ ଆସିବା ପରେ ଜିଲ୍ଲା ଚିକିତ୍ସାଳୟର କର୍ମଚାରୀ ଓ ଅଧିକାରୀଙ୍କ ରୋଗୀ ସେବା ଉପରେ ପ୍ରଶ୍ନ ବାଚୀ ସୁଷ୍ଟି ହୋଇଛି ।

Comments
Loading...