ଜିଲ୍ଲାରେ ଜୋରଦାର ଚାଲିଛି ବେଆଇନ କଇଁଚ ଚୋରା ଚାଳନ କାରବାର

ମାଲକାନଗିରି ( କୋଶଲ ନ୍ୟୁଜ୍) କାଲିମେଳା ବନ ବିଭାଗକୁ ମିଳିଛି ବଡ଼ ସଫଳତା ଉଦ୍ଧାର କରିଛନ୍ତି 150 ଟି କଇଁଚ l ମିଳିଥିବା ସୂଚନା ଅନୁସାରେ କାଲିମେଳା ବ୍ଲକ ଟିଗଲ ପଞ୍ଚାୟତ ଅନ୍ତର୍ଗତ MPV-65 ଗ୍ରାମ ଜଙ୍ଗଲ ମଧ୍ୟରେ ଚାଲିଥିଲା କଇଁଚ ଚୋରା କାରବାର l କଇଁଚ ଚୋରା କାରବାର ଖବର ପାଇଁ କାଲିମେଳା ବନ ବିଭାଗର ଏକ ସାତ ଜଣିଆ ଟିମ ଉକ୍ତ ଜଙ୍ଗଲରେ ଚଡାଉ କରିବାଥିଲେ । ଘଟଣା ସ୍ଥଳରେ ବନ ବିଭାଗର ଗାଡିକୁ ଦେଖୀ ବେପାରୀ ମାନେ ଚମ୍ପଟ ମାରି ଛତ୍ରଭଙ୍ଗ ହେଇ ପଳାଇଥିଲେ l

ଘଟଣା ସ୍ଥଳରୁ ୧୫୦ ଖଣ୍ଡ କଇଁଚ ଓ ଦୁଇଟି ମଟର ସାଇକେଲକୁ ଜବତ କରାଯାଇଛି ।କଇଁଚ ଚୋରା ଚାଲାଣରେ ପଡୋଶୀ ରାଜ୍ୟର କିଛି ବ୍ୟବସାୟୀ ସହ ସ୍ଥାନୀୟ ଖୁଚୁରା ବ୍ୟପାରୀ ମାନେ ମିଳିତ ଥିବା ବନ ବିଭାଗ ସୂଚନା ଦେଇଛନ୍ତି l କଇଁଚ ଚୋରା ଚାଳନ ଆଧାର କରି ବନ ବିଭାଗ ପକ୍ଷରୁ କେସ ନମ୍ବର OR 38 ରେତା 03/ 06 / 2021 ରେ ମାମଲା ରୁଜୁ କରି ଏହାର ତଦନ୍ତ କରୁଛନ୍ତି ।ଚଡାଉ ସମୟରେ କାଲିମେଳା ଟାଉନ ଫରେଷ୍ଟ ର ସ୍ୱାୟମପ୍ରଭା ପ୍ରଧାନ ସମେତ ତେଲାରାଇ ବିଟ ଫରେଷ୍ଟ ଗାର୍ଡ ରାମ ଚନ୍ଦ୍ର ମାଝା ‘ ଶୁଦ୍ଧାଖୁଣ୍ଟା ବିଟ ଫରେଷ୍ଟ ଗାର୍ଡ ଅମ୍ଳଜାନ କୁମାର ନାୟକ ‘ ଓ ପାରା ଷ୍ଟାଫ ରୁଦ୍ର ହନ୍ତାଳ ଓ ଜୟନ୍ତୀ କୁମାର ନାୟକ ପ୍ରମୁଖ ରହିଥିଲେ ।

Comments
Loading...