ସନ୍ତୋଷୀ ମାଁ ମନ୍ଦିର ଓ ମନ୍ଦିର ପୂଜକଙ୍କ ଘରୁ ଲକ୍ଷାଧିକ ଟଙ୍କା ସହ ଗହଣା ଚୋରି

ମାଲକାନଗିରି (କୋଶଲ ନ୍ୟୁଜ୍) ମାଲକାନଗିରି ଜିଲ୍ଲା ପଡିଆ ଥାନା ଅନ୍ତର୍ଗତ ପଡିଆ ସଦର ଗୁଟାଗୁଡାରେ ଅବସ୍ଥିତ ମା ସନ୍ତୋଷୀ ମନ୍ଦିରରେ ଗତକାଲି ରାତି ୧୨.୩୦ସମୟରେ ଲକ୍ଷାଧିକ ଟଙ୍କା, ସୁନାଗହଣା ସହ ପୂଜାରୀ ଙ୍କ ବ୍ୟକ୍ତିଗତ ଟଙ୍କା ମଧ୍ୟ ଚୋରି ହୋଇଛି। ମନ୍ଦିର ପୂଜକ ନନ୍ଦାରାମ ନୁପାଙ୍କ କହିବା ମୁତାବକ ଗତକାଲି ରାତିରେ ସେ ମନ୍ଦିର ନିକଟରେ ତିଆରି କରିଥିବା ଦୋକାନ ଗୃହ ରେ ଶୋଇ ଥିବା ବେଳେ ତାଙ୍କ ନିଜ ଘରେ ତାଙ୍କ ଝିଆରୀ,ପୁଅ ଏବଂ ଜଣେ ସମ୍ପର୍କୀୟ ପୁଅ ଶୋଇଥଲେ। ଭକ୍ତମାନେ ମାଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧା ରେ ଦେଇଥିବା ଯଥା ସୁନା ରୂପାର ଚୁଡ଼ି,ମଥାମଣି,ମୁଦି,ସାର,ଛତା,ଆଖି ଯାହାର ମୂଲ୍ୟ ୩ଲକ୍ଷ ଟଙ୍କା ହେବ ଏବଂ ଏହା ସହ ତାଙ୍କର ନିଜସ୍ୱ ଏକ ଲକ୍ଷ ପଚାଶ ହଜାର ଟଙ୍କା ଘର ଆଲମାରୀ ରେ ଥିଲା। ଯାହାକି ଚୋରି ହୋଇଯାଇଛି। ରାତିରେ ତାଙ୍କ ଝିଆରୀ ର ପେଟଵ୍ୟଥା ହେବାରୁ ସେ ଔଷଧ ଖାଇବା ପାଇଁ ଉଠି ଦେଖିଲା ବେଳକୁ ଆଲମାରୀ ଖୋଲା ହୋଇପଡିଛି। କିଛି ଜିନିଷ ଏଣେତେଣେ ଖେଳି ହୋଇପଡିଛି।ସେ ଓ ପରିବାରର ସଦସ୍ୟ ଆଖପାଖ ଲୋକଙ୍କୁ ଉଠାଇ ଲାଇଟ୍ ମାରି ଖୋଜାଖୋଜି କରି ଥିଲେ ସୁଦ୍ଧା କିଛି ପାଇଁ ନଥିଲେ। କିନ୍ତୁ ଘର ନିକଟରେ OD30 4956 ନମ୍ବର ବିଶିଷ୍ଟ ହିରୋ ଗ୍ଳାମର ମଟର‌ସାଇକେଲ ପଡ଼ିଥିଲା। ସକାଳୁ ଗ୍ରାମ ବାସୀ ଓ ପୂଜକ ପଡିଆ ଥାନା ରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ କୁ ଆଧାର କରି ପଡିଆ ଥାନା ଅଧିକାରୀ ଶ୍ରୀ ପ୍ରଶାନ୍ତ ନିଶିକା ଓ ଏସ.ଆଇ ହରିଶ୍ଚନ୍ଦ୍ର ଗୋବରୀ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛନ୍ତି।

ଥାନା କେଶ ନମ୍ଵର୪୧ ଅନୁଯାୟୀ ତଦନ୍ତକାରୀ ଅଧିକାରୀ ହରିଶ୍ଚନ୍ଦ୍ର ଗୋଲରୀ ତଦନ୍ତ ଭାର ଗ୍ରହଣ କରିଛନ୍ତି। ସୂଚନାଯୋଗ୍ୟ ଏହି କିଯେ ଚଳିତ ମାସ ଆଠ ତାରିଖରେ ପଡିଆ ନିକଟସ୍ଥ ଏମ.ଭି ୫୯ ଗ୍ରାମ ର ଜଣେ ଯୁବକ ଙ୍କୁ ଆକ୍ରମଣ ଓ ଲୁଟ୍ ଘଟଣାରେ ପଡିଆ ପୋଲିସ ୧୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ,୯ତାରିଖରେ ପଡ଼ିଆର ଜଣେ କୁକୁଡ଼ା ବ୍ୟବସାୟୀଙ୍କ ମଟରସାଇକେଲ ଚୋରି ହୋଇଥିବା ବେଳେ ଆଜି ର ଘଟଣା ସାଧାରଣରେ ଭୟ ସଞ୍ଚାର କରୁଛି।

Comments
Loading...