କାଳବୈଶାଖୀ ଝଡ଼ ବର୍ଷାରେ କ୍ଷୟକ୍ଷତି ଲୋକଙ୍କୁ ସାହାଯ୍ୟର ହାତ ବଢ଼େଇଲେ ସାମ୍ବାଦିକଙ୍କ ସେବାକାର୍ଯ୍ୟ ସଂଘ

ମାଲକାନଗିରି ( କୋଶଲ ନ୍ୟୁଜ୍) ଗତ ରବିବାର 23 ତାରିଖ ଦିନ ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ସଦର ମହକୁମାରେ କାଳବୈଶାଖୀ ଝଡ଼ ବର୍ଷାରେ ବ୍ୟାପକ କ୍ଷୟକ୍ଷତି ଘଟିଥିଲା l କାଳବୈଶାଖୀର ତାଣ୍ଡବରେ କାହାର ଘରର ଟିଣ ଉଡି ଯାଇଛି, କାହାର ଘରର କାନ୍ଥ ଭୁଶୁଡି ପଡିଛି,କାହାର ଅଟୋ ଭ୍ୟାନ ଗାଡି ଉପରେ ଗଛ ଡାଳ ପଡି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି l ଘର ନ ଥିବା କାରଣ ଯୋଗୁଁ ଅନେକ ଲୋକ ଗଛ ତଳେ ନିଜ ପରିବାର ପିଲାଛୁଆ ନେଇ ପ୍ଲାଷ୍ଟିକ ତଳେ ଦିନ କାଟୁଛନ୍ତି l ଏହି ଖବର ଜାଣିବା ପରେ ଆଜି ସହାୟତାର ହାତ ବଡେଇଛନ୍ତି ପଡିଆ ସାମ୍ବାଦିକ ସେବାକାର୍ଯ୍ୟ ସଂଘ।

ଉକ୍ତ କାର୍ଯ୍ୟକ୍ରମରେ ସାମ୍ବାଦିକ କର୍ମୀ ମାନେ ମିଶି ଅସହାୟଙ୍କୁ ଲୋକଙ୍କୁ ଶୁଖିଲା ଖାଦ୍ୟ,ମାସ୍କ, ସାନିଟାଇଜର ବଣ୍ଟନ ସହ କରୋନା ବିଷୟରେ ସଚେତନ ବାର୍ତ୍ତା ମଧ୍ୟ ଦେଇଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ ପଡିଆ ସାମ୍ବାଦିକ ଭାଇ ମାନଙ୍କ ସହ ପଡିଆ ସରପଞ୍ଚ ମମତା କବାସି ,ବିଧାୟକ ପ୍ରତିନିଧି କେ. ଵାଲାୟା, MP ପ୍ରତିନିଧି ଚିନାମ ରାଵିଟ୍, ମଧ୍ୟବିତ୍ତ ସଂଘ ର ମୁଖ୍ୟ N.ନୁକାଲରାଜୁ, ଭି, ପାତ୍ର, Md ପାରୁକ ଓ ସମାଜ ସେବି ମାନେ ଯୋଗ ଦେଇଥିଲେ l

Comments
Loading...