ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ

ମାଲକାନଗିରି (କୋଶଲ ନ୍ୟୁଜ୍) ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ କରିଥିବା ଅଭିଯୋଗରେ ମନୋଜ ବୈରାଗୀଙ୍କୁ ଗିରଫ କରିଛି ମାଲକାନଗିରି ପୋଲିସ l ମିଳିଥିବା ସୂଚନା ଅନୁସାରେ ମାଲକାନଗିରି ଜିଲ୍ଲା ସଦର ମହକୁମାର ୱାର୍ଡ ନମ୍ବର- ୦୧ ପ୍ରଧାନୀଗୁଡାର ଗ୍ରାମର ଜଣେ ନାବାଳିକାଙ୍କୁ 10 ରୁ 12 ଦିନ ପୂର୍ବେ ତାଙ୍କ ଘରେ ପରିବାର ଲୋକଙ୍କ ସହ ଶୋଇଥିବା ସମୟରେ, ଘର ଭିତରେ ପଶି ନାବାଳିକାର ପାଟିକୁ ଚାପି ଧରି ଏମ ଭି- ୦୨ ଗ୍ରାମର ମନୋଜ ବୈରାଗୀ ଓ ଅନ୍ୟ ଏକ ଗ୍ରାମର ଯୁବକ ଖଗୁ ଉଦୁଲିଆଙ୍କ ସହ ମିଶି ନାବାଳିକାଙ୍କୁ ତାଙ୍କ ଘରୁ ଅପହରଣ କରି ନେଇଥିଲେ l ଅପହରଣ ପରେ ନାବାଳିକା ଜଣକୁ ନିକଟବର୍ତି ଜଙ୍ଗଲରେ ରଖି ସେମାନେ ନାବାଳିକା ସହ ବାରମ୍ବାର ଦୁଷ୍କର୍ମ କରୁଥିଲେ l ଏହି କଥା କାହାକୁ କହିଲେ ଦୁଷ୍କର୍ମ ପୀଡିତାଙ୍କୁ ଜୀବନରେ ମାରି ଦେବାର ମଧ୍ୟ ଧମକ ଦେଇଥିଲେ l ଗତକାଲି ରାତିରେ ମନୋଜ ନାବାଳିକାକୁ ନିଜ ଘର ଏମ ଭି-୦୨ଗ୍ରାମ କୁ ଆଣି ନିଜ ଘରେ ରଖିଥିଲା l ଏହି ଖବର ପାଇବା ପରେ ପରିବାର ଲୋକେ ମନୋଜଙ୍କ ଘରକୁ ଯାଇ ନାବାଳିକାକୁ ଉଦ୍ଧାର କରି ମାଲକାନଗିରି ଆଦର୍ଶ ଥାନାରେ ମନୋଜଙ୍କ ନାମରେ ଏକ ଲିଖିତ ଅଭିଯୋଗ କରିଥିଲେ l ଲିଖିତ ଅଭିଯୋଗ ଆଧାରରେ କେଶ ନମ୍ବର ୨୪୫/୨୧ରେ ରୁଜୁ କରିଥିବା ଆଦର୍ଶ ଥାନା ଅଧିକାରୀ ରାମ ପ୍ରସାଦ ନାଗ ପ୍ରକାଶ କରିଛନ୍ତି l

Comments
Loading...