ଡଙ୍ଗା ବୁଡି ଘଟଣାରେ ୭ ନିଖୋଜ ୫ ଜଣଙ୍କ ଶବ ଉଦ୍ଧାର

ମାଲକାନଗିରି ( କୋଶଲ ନ୍ୟୁଜ୍) ଗତକାଲି ରାତିରେ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଗୁଣ୍ଠାୱାଡା ପଞ୍ଚାୟତ କନ୍ଧଗୁଡ଼ା ଓ ଗୁଣ୍ଠାୱାଡା ଗ୍ରାମର ସିଲେରୁ ନଦୀ ଡ଼ଙ୍ଗା ବୁଡ଼ି ଘଟଣାରେ ନିଖୋଜ ଥିବା ସାତ ଜଣଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କ ମୃତ ଦେହ ଆଜି ଉଦ୍ଧାର କରାଯାଇଛି l ରାତିରେ ଡ଼ଙ୍ଗା ବୁଡିବା ଖବର ପାଇ ମାଲକାନଗିରି ଦମକଳ ମୂଖ୍ୟ ସରୋଜ ବେହେରା ଙ୍କ ନେତୃତ୍ୱରେ ସମସ୍ତ କର୍ମଚାରୀ ମାନେ ଆସି ଘଟଣା ସ୍ଥଳରେ ପହଞ୍ଚି ଖୋଜା ଖୋଜି କରିଥିଲେ ମାତ୍ର ରାତି ହୋଇଯାଇଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧାଉପୁଜିଥିଲା ।

ଆଜି ସକାଳୁ ଅନେକ ସମୟ ଖୋଜା ଖୋଜି କରିବା ପରେ ୪ଶିଶୁ ସହିତ ଜଣେ ମହିଳାଙ୍କ ଶବ ଉଦ୍ଧାର ହେବା ସହ ବର୍ତ୍ତମାନ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଘଟଣାସ୍ଥଳରେ ମାଲକାନଗିରି ଆରକ୍ଷୀ ଅଧିକ୍ଷକ ଏବଂ ଜିଲ୍ଲା ପାଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ତଦାରଖ କରିବାସହ ମୃତକ ପରିବାର କୁ ସାନ୍ତ୍ଵନା ଦେଇଛନ୍ତି। ମାଲକାନଗିରି ଜିଲ୍ଲା ରେ ସର୍ବାଧିକ ଜଳ ଭଣ୍ଡାର ରହିଛି ବିଭିନ୍ନ ସମୟରେ ଦୃଘଟଣା ଘଟି ବହୁ ଧନ ଜିବନ ହାନି ଘଟୁଥିବା ନଜରରେ ଆସୁଛି। ମାଲକାନଗିରି ଜିଲ୍ଲାରେ ଡ଼ଙ୍ଗା ବୁଡି ଘଟଣା ପ୍ରାୟ ଦିନ ଦେଖିବାକୁ ମିଳୁଛି lସରକାର ଯଦି ଏଥିପ୍ରତି ଗୁରୁତ୍ୱପୂର୍ଣ୍ଣ ଭାବେ ଧ୍ୟାନ ଦେବା ସହିତ ମୃତକଙ୍କ ପରିବାରକୁ କ୍ଷତି ପୂରଣ ପ୍ରଦାନ କରିବା ପାଇଁ ସ୍ଥାନୀୟ ଲୋକେ ଦାବି ରଖିଛନ୍ତି ।

Comments
Loading...