ମୋଟୁ ସୀମାନ୍ତର ସ୍ଥିତି ପରଖିଲେ ଡିଜି ଅଭୟ, ଗୁଇନ୍ଦା ବିଭାଗ ମୁଖ୍ୟ ଆର.କେ.ଶର୍ମା ଓ ପ୍ରବୀଣ କୁମାର

ମାଲକାନଗିରି ( କୋଶଲ ନ୍ୟୁଜ୍) ମାଲକାନଗିରି ଜିଲ୍ଲାର ଶେଷ ସୀମାନ୍ତ ଅଞ୍ଚଳ ମୋଟୁ କହିଲେ ଭୁଲ ହେବ ନାହିଁ l ସୀମାନ୍ତ ଅଞ୍ଚଳରେ ମାଓଦମନର ସମୀକ୍ଷା କରି ମୁଖ୍ୟ ପ୍ରବେଶ ପଥ ମୋଟୁର ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରିଥିଲେ ଡିଜି ଅଭୟ, ଗୁଇନ୍ଦା ବିଭାଗ ମୁଖ୍ୟ ଆର.କେ.ଶର୍ମା ଓ ପ୍ରବୀଣ କୁମାର l ସର୍ବ ପ୍ରଥମେ ମୋଟୁ ଥାନା ହେଲିପ୍ୟାଡରେ ନିଜ ହେଲିକାପଟରରେ ଆସିବା ପରେ ଡିଜି ଅଭୟ MV-88 ର ନୂତନ ପହଣ୍ଡିର ଉଦଘାଟନ କରିଥିଲେ l ଏହା ପରେ MV-88 BSF କ୍ୟାମ୍ପରେ ରୁଦ୍ଧ ଦ୍ବାର ବୈଠକ କରିଥିଲେ । ଏହା ସହ ପୋଲିସ ଓ ବିଏସଏଫର ବରିଷ୍ଟ ଅଧିକାରୀଙ୍କ ସହ ମାଓଦମନ ନେଇ ସମୀକ୍ଷା କରି ମୁଖ୍ୟ ପ୍ରବେଶ ପଥ ମୋଟୁର ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରିଥିଲେ ।ମୋଟୁ ସୀମାନ୍ତ ଚେକ ପୋଷ୍ଟ ଠାରେ ବାହାର ରାଜ୍ୟରୁ ଆସୁଥିବା ପ୍ରବାସୀଙ୍କ ସହ ସେଠାରେ ଦାଇତ୍ୱରେ ଥିବା ସମସ୍ତ ସରକାରୀ କର୍ମଚାରୀଙ୍କ ସହ କଥା ବାର୍ତ୍ତା ହେଇଥିଲେ l ଲୋକଙ୍କୁ ସେଠାରେ ସବୁ ପ୍ରକାରର ସୁବିଧା ଠିକ ଭାବରେ ଯୋଗାଇ ଦିୟାଯାଉଛି କି ନାହିଁ ଏହାର ତଦାରଖ ମଧ୍ୟ କରିଥିଲେ ଡିଜି ଅଭୟ l

Comments
Loading...