ଜୁଲାଇ ପହିଲାରେ ଓଡିଶା-ଆନ୍ଧ୍ର ବନ୍ଦ ଡାକରା

ମାଲକାନଗିରି ( କୋଶଲ ନ୍ୟୁଜ୍) ମାଲକାନଗିରି ଜିଲ୍ଲାକୁ ଲାଗି ରହିଥିବା ଆନ୍ଧ୍ର-ଓଡିଶା ସୀମାରେ ନକ୍ସଲମାନଙ୍କ ଦ୍ବାରା ବନ୍ଦ ଡାକରା ଦିଆଯାଇଥିବା ସ୍ପେଶାଲ ଜୋନାଲ କମିଟିର ସଚିବ ଗଣେଶ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ।ଜୁଲାଇ ୦୧ରେ ନକ୍ସଲଙ୍କ ଓଡ଼ିଶା-ଆନ୍ଧ୍ର ବନ୍ଦ ଡାକରା l ଗତ ୧୬ ତାରିଖରେ ଆନ୍ଧ୍ର ସୀମାରେ ଆନ୍ଧ୍ର ଗ୍ରେହାଉଣ୍ଡ ଯବାନଙ୍କ ଦ୍ବାରା ହୋଇଥିବା ବଡ ଏନକାଉଣ୍ଟର ରେ ୬ ଜଣ କ୍ୟାଡର ନକ୍ସଲଙ୍କର ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ସଂଗଠନ ବଡ ଚିନ୍ତାରେ ପଡିଛି । ଏହି ଆକ୍ରମଣକୁ କେବେ ଭୁଲିବ ନାହିଁ ବୋଲି ସଂଗଠନର ମୁଖ୍ୟ କହିଛନ୍ତି ।ଗୋଟିଏ ପଟେ କୋରୋନାରେ ଶହ ଶହ ଲୋକଙ୍କର ମୃତ୍ୟୁ ହେଉଥିବାବେଳେ ଅନ୍ୟପଟେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଯବାନଙ୍କୁ ଲଗାଇ ଗାଁ ଲୋକଙ୍କ ଉପରେ ଅତ୍ୟାଚାର କରିବା ସହ ନକ୍ସଲ ଦମନ ନେଇ ରଣନୀତି ପ୍ରସ୍ତୁତ କରୁଛି । ୧୭ ତାରିଖରେ ହୋଇଥିବା ଏନକାଉଣ୍ଟରରେ ସଂଗଠନର ବଡ ବଡ ନେତାଙ୍କର ମୃତ୍ୟୁ ହୋଇଥିଲା । ଯାହାର ହିସାବ ଆମେ ଦେବୁ ବୋଲି ସଂଗଠନ କହିଛି ।ଏହା ଏକ ବଡ ଅପୂରଣୀୟ କ୍ଷତି ବୋଲି ପାର୍ଟି ସ୍ବୀକାର କରିଛି । ଏହି ଏନକାଉଣ୍ଟରକୁ ପ୍ରତିବାଦ କରି ଆନ୍ଧ୍ର ଓଡିଶା ସୀମା ଡିଭିଜନ ତରଫରୁ ଏହି ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦକୁ ସଫଳ କରିବା ପାଇଁ ସମସ୍ତ ବୁଦ୍ଧିଜୀବୀ, ଗଣମାଧ୍ୟମ, ଜନସାଧାରଣ, ଶିକ୍ଷକ, ଯୁବଗୋଷ୍ଠୀମାନଙ୍କୁ ଅନୁରୋଧ କରାଯିବା ସହ ଜାଗା ଜାଗାର ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଛି ।

Comments
Loading...