କେବେ ପୂରଣ ହେବ ଫାର୍ମାସିଷ୍ଟ ମାନଙ୍କର ୪ ଦଫା ଦାବି

ମାଲକାନଗିରି ( କୋଶଲ ନ୍ୟୁଜ୍) କରୋନା ମହାମାରୀ ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟ କରୁଥିବା ଫାର୍ମାସିଷ୍ଟମାନେ ନିଜର ଜୀବନକୁ ବାଜି ଲଗାଇ ଦିନ ରାତି ମେଡିକାଲରେ କାର୍ଯ୍ୟ କରୁଥିଲେ ସୁଦ୍ଧା ସରକାର ସେମାନଙ୍କୁ ଅଣଦେଖା କରୁଥିବା ନେଇ ରାଜ୍ୟ ଫାର୍ମାସିଷ୍ଟ ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି ।କିଛି ଦିନ ତଳେ ରାଜ୍ୟ ଫାର୍ମାସିଷ୍ଟ ସେବା ସଂଘର 4 ଦଫା ଦାବି ପୁରାଣକୁ ନେଇ ସଂଘ କଳା ବ୍ୟାଜ ପିନ୍ଧି ନିଜ ଦାବି ପୂରଣ କରିବାକୁ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବାକୁ ନିଷ୍ପତ୍ତି ଗ୍ରହଣ କରିଥିଲେ । ମାଲକାନଗିରି ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ତଥା ବିଭିନ୍ନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଫାର୍ମାସିଷ୍ଟ ମାନେ ଏହାକୁ ସମର୍ଥନ କରି କଲା ବେଜ ପିନ୍ଧିଥିବା ମଧ୍ୟ ଦେଖିବାକୁ ମିଳିଥିଲା l ମିଳିଥିବା ସୂଚନା ଅନୁସାରେ କିଛି ଦିନ ତଳେ ରାଜ୍ୟ ଫାର୍ମାସିଷ୍ଟ ସେବା ସଂଘର ଆହ୍ୱାନ କ୍ରମେ ମାଲକାନଗିରି ଜିଲ୍ଲାର ସମସ୍ତ ଫାର୍ମାସିଷ୍ଟ ମାନେ ମଧ୍ୟ କଳା ବ୍ୟାଜ ପରିଧାନ କରି ନିଜର ଡ୍ୟୁଟି କରୁଥିବାର ଦେଖିବାକୁ ମିଳିଥିଲା । ଫାର୍ମାସିଷ୍ଟ ମାନଙ୍କର 4 ଦଫା ଦାବି ଗୁଡିକ ହେଲା କୋଭିଡରେ ମୃତ୍ୟୁ ବରଣ କରିଥିବା ଫାର୍ମାସିଷ୍ଟ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ, ଖାଲି ପଡିଥିବା ପଦବୀ ପୂରଣ କରିବା, ଦରମା କ୍ଷେତ୍ରରେ ଥିବା ଅସଂଗତି ଦୂର କରିବା, ପଦଉନ୍ନତି ପାଇବାକୁ ଯୋଗ୍ୟ ଥିବା ଫାର୍ମାସିଷ୍ଟମାନଙ୍କୁ ତୁରନ୍ତ ପଦଉନ୍ନତି ପ୍ରଦାନ କରିବା ଇତ୍ୟାଦି ଦାବି ପୂରଣ ନେଇ ସମସ୍ତେ କଳା ବ୍ୟାଜ ପିନ୍ଧିଥିଲେ ।ମାତ୍ର ବର୍ତ୍ତମାନ ସୁଧା କୌଣସି ସୁଫଳ ମିଳିଲା ନାହିଁ l ସେତେବେଳେ ସଂଘ ତରଫରୁ କୁହାଯାଇଥିଲା, ଯଦି ସରକାର ତାଙ୍କର ଦାବି ପୂରଣ ନ କରନ୍ତି, ତେବେ ଚଳିତ ମାସ ୨୦ ତାରିଖ ଅର୍ଥାତ କାଲି ଠାରୁ ଫାର୍ମାସିଷ୍ଟ ମାନେ କେବଳ ଔଷଧ ବିତରଣ ବ୍ୟତୀତ ଅନ୍ୟ କୌଣସି ପ୍ରକାର କାର୍ଯ୍ୟ କରିବେ ନାହିଁ l ତେବେ ଦେଖିବାକୁ ବାକି ରହିଲା କେବେ ଫାର୍ମାସିଷ୍ଟ ମାନଙ୍କର 4 ଦଫା ଦାବି ସରକାର ପୂରଣ କରୁଛନ୍ତି l

Comments
Loading...