ରାଜସ୍ବ ରଥ ମାଧ୍ୟମରେ ବଣ୍ଟନ ହେଲା ୧୨୩ ଜଣ ହିତାଧିକାରୀଙ୍କୁ ଜଙ୍ଗଲ ଜମି ପଟ୍ଟା

ମାଲକାନଗିରି (କୋଶଲ ନ୍ୟୁଜ୍) ଆଜି ମାଲକାନଗିରି ଜିଲ୍ଲା ବାଲିମେଳା ଓ କାମବେଡା ଅଞ୍ଚଳର ୦୬ ଟି ମୌଜାର ୧୨୩ ଜଣ ହିତାଧିକାରୀଙ୍କୁ ରାଜସ୍ୱ ରଥ ମାଧ୍ୟମରେ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା l ରାଜସ୍ୱ ରଥ ବିଭିନ୍ନ ଗାଁ ଗାଁ ବୁଲି ଉପଯୁକ୍ତ ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ କରିଥିଲା l
ଚିତାପାରି ମୌଜାର ଜଣକୁ, ଉସକାପଲ୍ଲୀ ମୌଜାର ୦୩ଜଣଙ୍କୁ, କାମବେଡା ମୌଜାର ୦୯ଜଣଙ୍କୁ , ପଟ୍ରେଲ ମୌଜାର ୦୪ଜଣଙ୍କୁ, ମଧୁସୁଦନପୁର ମୌଜାର ଜଣକୁ ଓ କାଟାପଲ୍ଲୀ ମୌଜାର ୧୦୫ ଜଣଙ୍କୁ ଏହିପରି ଭାବେ ମୋଟ ୧୨୩ ଜଣ ହିତାଧିକାରୀଙ୍କୁ ଜଙ୍ଗଲ ଜମି ଆଧାରରେ ପଟ୍ଟା ବଣ୍ଟନ କରାଯାଇଥିଲା l

ଆଜିର ଏହି କାର୍ଯ୍ୟକ୍ରମରେ ଟି.ପଦ୍ମନାଭ ଦୋରା ତହସିଲଦାର ଚିତ୍ରକୋଣ୍ଡାଙ୍କ ସହ ସୋମନାଥ ନାୟକ ରାଜସ୍ୱ ନିରୀକ୍ଷକ, ଉମା ବିଶୋଇ ଏ ଆର ଆଇ, ବଳଭଦ୍ର ମହାରଣା ସୁପ୍ରଭାଇଜର ଉପସ୍ଥିତ ରହି ପଟ୍ଟା ବଣ୍ଟନ କରିଥିଲେ l

Comments
Loading...