ହାରିଲା କରୋନା ସୁସ୍ଥ ହୋଇ ଘରକୁ ଫେରିଲେ ମାଁ ଓ ଶିଶୁ

ମାଲକାନଗିରି (କୋଶଲ ନ୍ୟୁଜ୍) କରୋନା ମହାମାରୀର ଦ୍ଵିତୀୟ ଲହରିରେ ଜନ ଜୀବନ ସବୁ ଅସ୍ତ ବ୍ୟସ୍ତ ହେଉଥିବେ ବେଳେ କରୋନାରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ପ୍ରତିଟି ମୁହୂର୍ତ୍ତରେ ଘରେ ରହିବା ସହ ସୁରକ୍ଷିତ ରହିବା, ସାମାଜିକ ଦୂରତା ଏବଂ ମାସ୍କ ବ୍ୟବହାରର ପରାମର୍ଶ ବାରମ୍ବାର ଦେଉଛନ୍ତି l ତଥାପି କରୋନା ମହାମାରୀର ପ୍ରକୋପରେ ପୁରା ଦେଶ ଆଜି କାନ୍ଦୁଛି l ଏହି ମହାମାରୀ କେତେ ଯେ ଶିଶୁଙ୍କୁ ଅନାଥ କରିଦେଇଛି ତ କେତେ ସ୍ତ୍ରୀ ଙ୍କୁ ବିଧବା ସଜେଇଛି , କେତେ ମାଁ ଙ୍କ କୋଳକୁ ଶୂନ୍ୟ କରିଦେଇଛି l ଏଭଳି ଦୁଖଃଦ ସମୟ ମଧ୍ୟରେ ମାଲକାନଗିରି ଜିଲ୍ଲାରୁ ଆସିଛି ଏକ ଖୁସିର ଖବର l ଦୀର୍ଘ ୪୦ ଦିନ କରୋନା ସହ ସଂଘର୍ଷ କରି କରୋନା କୁ ହେରେଇ ଘରକୁ ଫେରିଛନ୍ତି ମାଁ ଓ ଶିଶୁ l ମିଳିଥିବା ସୂଚନା ଅନୁସାରେ ମହିଳା ଜଣକ (ସୋମା) ଗର୍ଭବତୀ ଅବସ୍ଥାରେ ପଡିଆ ସ୍ବାସ୍ତ୍ୟ କେନ୍ଦ୍ରରେ କୋଭିଡ଼ ପୋଜେଟିଭି ଚିହ୍ନିଟ ହେଇଥିଲେ l

ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ସେତେବେଳେ ମାଲକାନଗିରି କୋଭିଡ ହସ୍ପିଟାଲକୁ ଅଣାଯାଇଥିଲା l ସେଠାରେ ତାଙ୍କର ଡାକ୍ତରୀ ପରୀକ୍ଷା କରିବା ପରେ ତାଙ୍କୁ 18 ଦିନ icu ରେ ରଖାଯାଇଥିଲା l ଏହା ପରେ ପ୍ରତିଦିନ ତାଙ୍କର ଥରେ ବା ଦୁଇ ଥର ଡାକ୍ତରୀ ପରୀକ୍ଷା କରାଯାଉଥିଲା l ତାରି ଭିତରେ ଗର୍ଭବତୀ ମହିଳା ଜଣକ ଏକ ଶିଶୁ ମଧ୍ୟ ଜନ୍ମ କରିଥିଲେ। ଆଜି ସେହି ମହିଳା ଏବଂ ତାଙ୍କ ଶିଶୁ ସମୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। କୋଭିଡ ହସ୍ପିଟାଲରେ ଡାକ୍ତର ଏବଂ ନର୍ସ ମାନେ ସବୁବେଳେ ମହିଳାଙ୍କର ସବୁ ପ୍ରକାରର ସୁବିଧା ଅସୁବିଧା ବିଷୟରେ ବୁଝା ସୁଝା କରୁଥିବା କଥା ସୋମା କ୍ୟାମେରା ଆଗରେ କହିଛନ୍ତି l ଆଉ ଆଜି କରନା କୁ ହରେଇ ସୁସ୍ଥ ହେଇ ହସ୍ପିଟାଲ କର୍ମଚାରୀ ଙ୍କୁ ବିଦାୟ ଜଣାଇ ମା ଓ ଶିଶୁ ନିଜ ଘର ପଡିଆ କୁ ଫେରିଛନ୍ତି l

Comments
Loading...