ସଡକ ସୁରକ୍ଷା ସଚେତନ କାର୍ଯ୍ୟକ୍ରମ

ମାଲକାନଗିରି ( କୋଶଲ ନ୍ୟୁଜ୍) ମାଲକାନଗିରି ମହାବିଦ୍ୟାଳୟ ପରିସରରେ ଯୁବରେଡକ୍ରସ, ଜାତୀୟ ସେବା ସଂସ୍ଥା ଓ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ମିଳିତ ଆନୁକୂଲ୍ୟରେ ସଡକ ସୁରକ୍ଷା ସଚେତନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ରାମେଶ୍ୱର ପ୍ରଧାନ ଓ ଏମଭିଆଇ ଖଗେଶ୍ୱର ମୁର୍ମୁ ଙ୍କ ପ୍ରଚେଷ୍ଟା ରେ ଆୟୋଜିତ ହୋଇଯାଇଛି। ଜିଲ୍ଲା ରେଡ଼କ୍ରସର ସମ୍ପାଦକ ତଥା ଆବାହକ ଡ଼ଃ ରଞ୍ଜନ କୁମାର ସ୍ୱାଇଁ ସଭାପତିତ୍ୱ ଆଜିର ଏହି କାର୍ଯ୍ୟକ୍ରମ କରାଯାଇଛି l ମୁଖ୍ୟ ଅତିଥି ଭାବେ ଅର୍ଥଶାସ୍ତ୍ର ବିଭାଗର ଅଧ୍ୟାପକ ଯୋଗଦାନ କରି ଲୋକଙ୍କୁ ହେଲମେଟ ପିନ୍ଧିବା ,ଗାଡିର କାଗଜ ପତ୍ର ଓ ଜୀବନ ବୀମା କରିବା ଉପରେ ଆଲୋକ ପାତ କରିଥିଲେ। ଏହି କାର୍ଯ୍ୟକ୍ରମ ରେ “ଗୁଡ଼ ସମାରିଟାନ ପାଲିସି” ଉପରେ ମଧ୍ୟ ଆଲୋକପାତ କରାଯାଇଥିଲା। ସଡ଼କ ଦୁର୍ଘଟଣା ରେ ଆହତ ବ୍ୟକ୍ତି ଙ୍କ ଜୀବନ ରକ୍ଷା ପାଇଁ ସରକାରଙ୍କ ପକ୍ଷରୁ “ଗୁଡ଼ ସମାରିଟାନ” ପଲିସି ପ୍ରଣୟନ କରାଯାଇଛି। ଯଦି କୌଣସି ଭଦ୍ର ବ୍ୟକ୍ତି ସଡକ ଦୁର୍ଘଟଣାରେ ଆହତ ବ୍ୟକ୍ତି ଙ୍କୁ ଡାକ୍ତରଖାନା ଭର୍ତି କରିବାକୁ ନିଅନ୍ତି ତାହାହେଲେ ସରକାରଙ୍କ ପକ୍ଷରୁ ତାଙ୍କୁ ୨୦୦୦ ଟଙ୍କାର ସହାୟତା ଦିଆଯିବ ବୋଲି ମଧ୍ୟ କହିଥିଲେ।ଏହି କାର୍ଯ୍ୟକ୍ରମ ରେ ଅଧ୍ୟାପକ ବି. ଗୁପ୍ତେଶ୍ଵର ରାଓ, ପ୍ରମିୟ କୁମାର ମହାନ୍ତି,ଉମେଶ ଚନ୍ଦ୍ର ରାଉତ, ଗୌତମ କୁମାର ନାୟକ,ସୁଶାନ୍ତ ମାଝୀ ଏବଂ ବରିଷ୍ଠ କିରାଣୀ ଭାଗବତ ସ୍ୱାଇଁ ସମେତ ଅନ୍ୟାନ୍ୟ ଅଣଶିକ୍ଷକ କର୍ମଚାରୀ ଉପସ୍ଥିତ ଥିଲେ। ପ୍ରଚାର ପତ୍ର ଧରି ଦକ ଛୋଟ ରାଲିର ଆୟୋଜନ କରାଯାଇଥିଲା। ଯାହାକୁ ମହାବିଦ୍ୟାଳୟ ର ଅଧ୍ୟାପକ ଅଶୋକ କୁମାର ଶାଢଙ୍ଗୀଉଦ୍ଘାଟନ କରିଥିଲେ।ପରେ ବିଭିନ୍ନ କାର୍ଯ୍ୟାଳୟ ରେ “ଗୁଡ଼ ସମାରିଟନ ପଲିସି”ପ୍ରଚାର ପତ୍ର ବଣ୍ଟାଯାଇ ସଚେତନ କରାଯାଇଥିଲା।

Comments
Loading...