ସୁକାନ୍ତି ହେଲେ ମାଲକାନଗିରି BJD ର ମହିଳା ସଭା ନେତ୍ରୀ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ

ମାଲକାନଗିରି ( କୋଶଲ ନ୍ୟୁଜ୍) ମାଲକାନଗିରି ଜିଲ୍ଲା ର ବିଜୁ ଜନତା ଦଳର ମହିଳା ନେତ୍ରୀ ସୁକାନ୍ତି ବୁରୁଦା ଙ୍କୁ ଜିଲ୍ଲା ବିଜୁ ଜନତା ଦଳର ମହିଳା ସଭାନେତ୍ରୀ ଭାବେ ଦାୟିତ୍ୱ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦିଆଯାଇଛି । ବିଜୁ ମହିଳା ଜନତା ଦଳର ସୁକାନ୍ତି ଙ୍କୁ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଉପଯୁକ୍ତ ଭାବି ଜିଲ୍ଲା ସଭାନେତ୍ରୀ ଭାବେ ଘୋଷଣା କରିଛନ୍ତି, ରାଜ୍ୟ ମହିଳା ଜନତା ଦଳର ସଭାନେତ୍ରୀ ସ୍ନେହାଗିନୀ ଛୁରିଆ, ରାଜ୍ୟ ସଂଘଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ,ଜିଲ୍ଲା ପଯ୍ୟବେକ୍ଷକ ଚନ୍ଦ୍ର ସାରଥୀ ବେହେରା ,ରାଜ୍ୟ ବିହନ ନିଗମ ଅଧକ୍ଷ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ,ମାଲକାନଗିରି ବିଜୁ ଜନତା ଦଳର ଜିଲ୍ଲା ସଭାପତି ତଥା ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା, ,ନବରଙ୍ଗପୁର ସାଂସଦ ରମେଶ ମାଝୀ, ଏସ ଡି ସି ଚେଏରମେନ ମାନସ ମାଡକାମୀ,କାର୍ଯ୍ୟକାରିଣୀ ସଭାପତି ଦୁର୍ଗା ତ୍ରିପାଠୀ, ଉପଦେଷ୍ଟା ରାଜେନ୍ଦ୍ର ପଣ୍ଡା, ଜିଲ୍ଲା ସଂଘଠନିକ ସମ୍ପାଦକ ନୃସିଂହ ଚରଣ ମହାନ୍ତି, ଜିଲା ବିଜୁ ଯୁବ ଜନତା ସଭାପତି ଆଡମା ରାବା, ଜିଲା ଛାତ୍ର ବିଜେଡି ସଭାପତି ତାପସ ରଞ୍ଜନ ନାୟକ ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି!ତାଙ୍କର ନିଜସ୍ୱ ଦକ୍ଷତା ଦଳ ପ୍ରତିଥିବା ନିଷ୍ଠା ଆନ୍ତରିକତା ଓ ଦଳପ୍ରତି ଥିବା ଆନୁଗତ୍ୟ କୁ ବିଚାରକୁ ନେଇ ତାଙ୍କ ଉପରେ ଭରସା କରି ଦଳ ଏହି ଦାୟିତ୍ୱ ଦେଇଥିବାରୁ ସେ ଏହାକୁ ସୁଚାରୁ ରୂପେ ସମ୍ପାଦନ କରି ଅଧିକରୁ ଅଧିକ ମହିଳାଙ୍କୁ ଦଳରେ ସାମିଲ କରି ଦଳକୁ ଅଧିକ ମଜବୁତ କରିବାଲାଗି ଅହରହ ଉଦ୍ୟମ କରିବେ ବୋଲି ସୁକାନ୍ତି କହିଛନ୍ତି l

Comments
Loading...