ଡଙ୍ଗା ବୁଡ଼ିରେ ମୃତକଙ୍କ ପରିବାର ସଦସ୍ୟଙ୍କୁ ବିଜେଡି ପକ୍ଷରୁ ସହାୟତା

ମାଲକାନଗିରି /ଚିତ୍ରକୋଣ୍ଡା ( କୋଶଲ ନ୍ୟୁଜ୍) ଗତ ୨୪ ତାରିଖ ସୋମବାର ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଗୁଣ୍ଠାୱାଡା ପଞ୍ଚାୟତର କନ୍ଧଗୁଡ଼ା ନଦୀ ଘାଟରେ ଡଙ୍ଗା ବୁଡି ଘଟଣାରେ ଚାଲିଗଲା 8 ଜଣଙ୍କ ଜୀବନ l ଏହି ଖବର ଶୁଣିବାପରେ ମୁଖ୍ୟମନ୍ତ୍ରୀ ଚିତ୍ରକୋଣ୍ଡା ବିଧାୟକଙ୍କୁ ଘଟଣା ସ୍ଥଳକୁ ଯିବାପାଇଁ ନିର୍ଦ୍ଦେଶ ଦେଇଥିଲେ l ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମାନ୍ୟବର ନବରଙ୍ଗପୁର ସାଂସଦ ଶ୍ରୀ ରମେଶ ଚନ୍ଦ୍ର ମାଝୀ ଓ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା ମୃତକଙ୍କ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇବା ସହ ଦଶାହ କାର୍ଯ୍ୟ କରିବାପାଇଁ ବିଜେଡି ଦଳ ପକ୍ଷରୁ ପଚାଶ ହଜାର ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଥିଲା l

ଆଜିର ଏହି କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲା ଆଦିବାସୀ ବିକାଶ ପରିଷଦର ଅଧ୍ୟକ୍ଷ ମାନସ ମାଡକାମି,ଯୁବ BJD ସଭାପତି ଆଡାମା ରାବା,ଛାତ୍ର BJD ସଭାପତି ତାପସ ରଞ୍ଜନ ନାୟକ,ବରିଷ୍ଟ BJD ନେତା ରାଜେନ୍ଦ୍ର ପଣ୍ଡା,ଚିତ୍ରକୋଣ୍ଡା ବ୍ଲକ ସଭାପତି ହରିମୋହନ ଖିଲ,ବିଧାୟକ ପ୍ରତିନିଧି ଅମିତ ଅଗ୍ରୱାଲ ଓ BJD ର ସମସ୍ତ କାର୍ଯ୍ୟ କର୍ତା ଉପସ୍ଥିତ ଥିଲେ। ସହାୟତା ରାଶି ପାଇବାପରେ ପରିବାର ଲୋକ ଓ ଗ୍ରାମବାସୀ ମାନେ ମୁଖ୍ୟମନ୍ତ୍ରୀଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜ୍ଞାପନ କରିଛନ୍ତି।

Comments
Loading...