ଖୁଲମ ଖୁଲା ଚାଲିଛି PDS ଚାଉଳର କଳାବଜାରୀ

ମାଲକାନଗିରି ( କୋଶଲ ନ୍ୟୁଜ୍) ସରକାରଙ୍କ ତରଫରୁ ଗରିବ ଅସହାୟ ଲୋକଙ୍କୁ PDS ଚାଉଳ, କିରୋସିନ, ଡାଲି ଇତ୍ୟାଦି ଯୋଗାଇ ଦିୟାଯାଉଛି l କିଛି ସ୍ୱାର୍ଥ ପର ଦଲାଲ ମାନେ ପିଡ଼ିଏସ ଚାଉଳକୁ ଗରିବ ହିତାଧିକାରୀ ମାନଙ୍କ ଠାରୁ ୦୧ ଟଙ୍କିଆ ଚାଉଳ କୁ ୧୩ ରୁ ୧୫ ଟଙ୍କାରେ ରେ କିଣୁଥିବା ଦେଖିବାକୁ ମିଳିଛି l ସାମାନ୍ୟ କିଛି ଟଙ୍କା ଲୋଭରେ ହିତାଧିକାରୀ ମାନେ ନିଜର ଚାଉଳ, କିରୋସିନ ସବୁ ବିକ୍ରି କରୁଥିବା ଏଠାରେ ଦେଖିବାକୁ ମିଳିଛି l
ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଡୁଡାମେଟା ଗ୍ରାମପଂଚାୟତ ଠାରେ । ଏଠାରେ ପ୍ରଶ୍ନ ଉଠୁଛି କି ଯାହାର ଖାଦ୍ୟ ପାଇଁ ଅଭାବ ନାହିଁ ତାଙ୍କୁ ଚାଉଳ କାର୍ଡ କେମିତି ଦିଆଗଲା l କରୋନା ମହାମାରୀ ସମୟରେ ଦଲାଲ ମାନଙ୍କର ଏପରି ବେଧଡକ ପିଡ଼ିଏସ ଚାଉଳ ଚୋରା କାରବାର କରିବା କେତେ ଟା ଠିକ l ଖୁଲମ ଖୁଲା କିଭଳି ଭାବରେ ଦଲାଲ ମାନେ ଚଳେଇଛନ୍ତି ଦବଙ୍ଗଗିରି l ସର୍ବ ସାଧାରଣ ସବୁ ଜାଣିପାରୁଛନ୍ତି କିନ୍ତୁ ପ୍ରଶାସନକି ଅଧିକାରୀ ମାନେ କିଭଳି ଜାଣିପାରୁନାହାନ୍ତି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି l ଏ ନେଇ ଆମେ କୋରୁକୋଣ୍ଡା ଏମ. ଆଇ ଙ୍କୁ ପଚାରିବାରୁ ସେ ଏହି ସମସ୍ୟା ପ୍ରତି ଧ୍ୟାନ ଦେବେ ବୋଲି ପ୍ରତିଶୃତି ଦେଇଛନ୍ତି l ସରକାରଙ୍କୁ ସାଧାରଣରେ ଅନୁରୋଧ କରିଛନ୍ତି ଆଉ ଥରେ ଏହି କାର୍ଡ ପୁନର୍ବାର ସର୍ବେକ୍ଷଣ କରି ପ୍ରକୃତ ଗରିବ ହିତାଧିକାରୀ ଙ୍କୁ କାର୍ଡ ପ୍ରଦାନ କରାଯାଉ l

Comments
Loading...