ଭାରସାମ୍ୟ ହରାଇ ପାଙ୍ଗାମ ବ୍ରିଜ ତଳକୁ ଖସିଲା କାର


ମାଲକାନଗିରି ( କୋଶଲ ନ୍ୟୁଜ୍) ମାଲକାନଗିରି ଜୟପୁର 326 ନମ୍ବର ମୁଖ୍ୟ ରାସ୍ତାର ପାଙ୍ଗାମ ବ୍ରିଜ ତଳକୁ ଖସିଲା କାର l ମିଳିଥିବା ସୂଚନା ଅନୁସାରେ ଭୁବନେଶ୍ୱର ରୁ ମାଲକାନଗିରି ଅଭିମୁଖେ ଆସୁଥିବା ବେଳେ ଡ୍ରାଇଭରର ଆଖି ଲାଗିଯିବା ହେତୁ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ପାଙ୍ଗାମ ପୋଲ ଉପରେ ଭାରସାମ୍ୟ ହରାଇ ପୋଲ ତଳକୁ କାରଟି ଖସି ଯାଇଥିଲା l ଦୁର୍ଘଟଣା ଖବର ପାଇଁ ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚି କାର ଭିତରେ ଥିବା ଚାରି ଜଣଙ୍କୁ ଉଦ୍ଧାର କରି 108 ଆମ୍ବୁଲାନ୍ସ ଯୋଗେ ମାଥିଲି ମେଡିକାଲକୁ ପଠେଇ ଥିଲେ l ମାଥିଲି ପୋଲିସ ଘଟଣା ସ୍ଥଳରେ ପହଂଚି ଗାଡିଟିକୁ ବ୍ରିଜ ତଳୁ ଉଦ୍ଧାର କରିଥିଲେ l କାରରେ ଥିବା ଯାତ୍ରୀ ମାନଙ୍କର କାହାର କିଛି କ୍ଷତି ହେଇ ନ ଥିବା ବେକେ ସମସ୍ତଙ୍କର ପ୍ରାଥମିକ ଚିକିତ୍ସା ମାଥିଲି ହସ୍ପିଟାଲରେ ହେଉଛି l

Comments
Loading...