ଜିଲ୍ଲାପାଳଙ୍କ ବଦଳିରେ ଜିଲ୍ଲା କଂଗ୍ରେସ ଦଳ
ମିଠା ବାଣ୍ଟିଲେ, ଆତସବାଜି କରି ବିଜୟ ଉତ୍ସବ ପାଳନ କଲେ

ମାଲକାନଗିରି ( କୋଶଲ ନ୍ୟୁଜ୍)ମାଲକାନଗିରି ଜିଲ୍ଲାପାଳ ଡା ୟାଦୁଲା ବିଜୟ ମୋଟୁ ତହସିଲ ଅନ୍ତର୍ଗତ ପେଟା ଠାରେ ଥିବା ଗ୍ରାନାଇଟ ଖଣି ର ମାଲିକ ବେଣୁ ଗୋପାଳ ରାଓ ଙ୍କୁ ଅହେତୁକ ଅନୁକମ୍ପା ଦେଖାଇ ଗତ ମାର୍ଚ୍ଚ ମାସରେ ହୋଇଥିବା ପଥର ଖାଦାନ ଟେଣ୍ଡର ରେ ଜାଲିଆତି କରି ଶ୍ରୀ ରାଓ ଙ୍କୁ ୭ ଟି ପଥର ଖାଦାନ ପାଇବା ପାଇଁ ଯୋଗ୍ୟ ବିବେଚିତ କରିଥିବା କଂଗ୍ରେସ ଦଳ ପକ୍ଷରୁ ପ୍ରମାଣ ସହ ଅଭିଯୋଗ କରାଯାଇଥିଲା l ଏହାପରେ ବିବାଦୀୟ ଭାବେ ରାଜ୍ୟ ସରକାର ଜିଲ୍ଲାପାଳ ଶ୍ରୀ ବିଜୟ ଙ୍କୁ ଗତକାଲି ବଦଳି କରିଥିଲେ l ଆଜି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଜିଲ୍ଲା ସଭାପତି ଗୋବିନ୍ଦ ପାତ୍ର , ସାଧାରଣ ସମ୍ପାଦକ ରାମ ପଟ୍ଟନାୟକ , ମହିଳା କଂଗ୍ରେସ ସଭାନେତ୍ରୀ କମଳା ବରାଳ , ମାଥିଲି ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ନାୟକ , ପର୍ଶୁରାମ ଭକ୍ତ , ପେଣ୍ଡାପ୍ରସାଦ ପଣ୍ଡା , କେଶୁ ରାଓ , ଜି ଶ୍ରୀନିବାସ ରାଓ , ପ୍ରଭାକର ପାଳ ଙ୍କ ସମତେ ଶତାଧୁକ କଂଗ୍ରେସ କର୍ମୀ କୋଭିଡ଼ ଗାଇଡ଼ ଲାଇନ ପାଳନ କରି ଏକତ୍ରିତ ହୋଇ ସେଠାରୁ ଚାଲି ଚାଲି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲେ l ପରେ କାର୍ଯ୍ୟାଳୟ ସମ୍ମୁଖ ରେ ଠିଆ ହୋଇ ମିଠା ବାଣ୍ଟି ଆତସବାଜି କରି ବିଜୟ ଉତ୍ସବ ପାଳନ କରିଥିଲେ l

Comments
Loading...