ଜିଲ୍ଲା ଟପ୍ପର ହେଇଛନ୍ତି ପ୍ରୀତିଶ କୁମାର ନାୟକ

ମାଲକାନଗିରି ( କୋଶଲ ନ୍ୟୁଜ୍) ଗତକାଲି କଟକ ମାଧ୍ଯମିକ ଶିକ୍ଷା ପରିଷଦ ଦ୍ବାରା ୧୦ମ ପରୀକ୍ଷା ଫଳ ଘୋଷଣା କରାଯାଇଛି l କରୋନା ମହାମାରି ଯୋଗୁ ଦଶମ ପରୀକ୍ଷା ହୋଇପାରିନଥିବା ବେଳେ ବୋର୍ଡ ଅଫିସରୁ ୧୦ମ ଶ୍ରେଣୀ ପିଲାମାନଙ୍କ ଟେଷ୍ଟ , ପ୍ରିଟେଷ୍ଟ ପରୀକ୍ଷା ଓ ପୂର୍ବ ବର୍ଷର ମାର୍କକୁ ବେସ କରି ମୂଲ୍ୟାଙ୍କନ କରାଯାଇଛି । ଚଳିତବର୍ଷ ଦଶମ ଶ୍ରେଣୀ ପରୀକ୍ଷାରେ ମାଲକାନଗିରି ଜିଲ୍ଲାରେ ପାସ ହାର ୯୬.୨୭ ପ୍ରତିଶତ ରହିଥିବା ବେଳେ ଜିଲ୍ଲାରେ 91.16 ପ୍ରତିଶତ ରଖି ଟପ୍ପର ହେଇଛନ୍ତି ବାଲିମେଳା ସରସ୍ବତୀ ଶିଶୁ ମନ୍ଦିରର ଛାତ୍ର ପ୍ରୀତିଶ କୁମାର ନାୟକ lପ୍ରୀତିଶ କୁମାର ନାୟକ ୫୪୭ ନମ୍ବର ରଖି ଜିଲ୍ଲାରେ ଟପର ସ୍ଥାନ ଅଧିକାର କରିଛନ୍ତି । ସେହିପରି MV-7 ଜଗନ୍ନାଥପଲ୍ଲି ହାଇସ୍କୁଲର ଛାତ୍ର ନରେନ୍ଦ୍ର କୁମାର ଦାସ ୫୪୨ ନମ୍ବର 90.33 ପ୍ରତିଶତ ରଖି ଜିଲ୍ଲାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ଜିଲ୍ଲାର ୧୨୦ଟି ହାଇସ୍କୁଲରେ ମୋଟ ୭୮୨୯ଜଣ ପିଲା ଫର୍ମ ଫିଲପ କରିଥିଲେ ସେମାନଙ୍କ ମଧ୍ୟରୁ ୧୮୪ଜଣ ଅନୁପସ୍ଥିତ ଥିବା ବେଳେ ୭୬୪୫ ଜଣ ପରୀକ୍ଷାର୍ଥୀଙ୍କ ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ଜିଲ୍ଲାରେ ମୋଟ ପାସ ହାର ୯୬.୨୭ ପ୍ରତିଶତ ହୋଇଛି ।

Comments
Loading...