ଟ୍ରକ ଡ୍ରାଇଭରଙ୍କ ବେ-ପରୁଆ ଗାଡି ଚାଳନା ଯୋଗୁଁ ୧୧କେଭି ବିଦ୍ୟୁତ ତାର ଛିଣ୍ଡିକି ରାସ୍ତାରେ ପଡିଛି

ମାଲକାନଗିରି (କୋଶଲ ନ୍ୟୁଜ୍) ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ମାନୋମକୋଣ୍ଡା ପଞ୍ଚାୟତର ପେଙ୍କୁରାଇ ଗ୍ରାମରେ ଘଟିଛି ଏକ ଅଘଟଣ l ଟ୍ରକ ଡ୍ରାଇଭରଙ୍କ ବେ-ପରୁଆ ଗାଡି ଚାଳନା ଯୋଗୁଁ ୧୧କେଭି ବିଦ୍ୟୁତ ତାର ଛିଣ୍ଡିକି ରାସ୍ତାରେ ପଡିଥିବା ଦେଖିବାକୁ ମିଳିଛି। ଅଳ୍ପକେ ବର୍ତ୍ତିଲେ ଗାଡି ଚାଳକ l ମିଳିଥିବା ସୂଚନା ଅନୁସାରେ ଟ୍ରକ ଡ୍ରାଇଭର ଜଣକ OR 10C 7011 ନମ୍ଵର ଗାଡ଼ିରେ ପୋକଲିନ ବୋଝେଇ କରି କାଲିମେଳାରୁ ପୋଲୁର ଗ୍ରାମକୁ ନେଇ ଯାଉଥିଲେ l ଏହି ସମୟରେ ରାସ୍ତା ନିକଟରେ ଥିବା ଏକ ୧୧କେଭି ବିଦ୍ୟୁତ ତାରର ସଂସ୍ପର୍ଶରେ ଜେସିବି ମେସିନ ର କିଛି ଅଂଶ ସଂପର୍ସ ହୋଇ ବିଦ୍ୟୁତ ଆଘାତ ଲାଗିଥିଲା । ଏହି ବିଦ୍ୟୁତ ଆଘାତ ରେ ଡ୍ରାଇଭର ଭୀମା କବାସି (ବୟସ 22 ବର୍ଷ )ଘର କଟିମେଟଲା, ଗୁରୁତର ହେଇ ରାସ୍ତା ଉପରେ ପଡିଯାଇଥିଲା l ଖବର ପାଇ ଘଟଣା ସ୍ଥଳରେ ଗ୍ରାମବାସୀ ପହଂଚି ଥିଲେ l ଗୁରୁତର ଅବସ୍ଥାରେ ଡ୍ରାଇଭରକୁ ଦେଖି ଗ୍ରାମବାସୀ ମାନେ ଡ୍ରାଇଭରକୁ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଭର୍ତ୍ତି କରାଇଥିଲେ lଡ୍ରାଇଭରଙ୍କୁ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର OPD NO-7717 ରେ ଆଡମିଟ କରାଯାଇଥିଲା l ସେଠାରେ ଡାକ୍ତରୀ ପରୀକ୍ଷାରୁ ଜଣା ପଡିଲା ଯେ ଭୀମା କବାସିଙ୍କ ବାମ ଆଖି ପତାପାଖ,ଵାମହାତର ଆଙ୍ଗୁଠି,ଗୋଡ ଓ ଆଣ୍ଠୁରେ ଆଘାତ ହେଇଛି l ତାପରେ ତାଙ୍କର ପ୍ରାଥମିକ ଚିକିତ୍ସା କରାଯାଇ ଥିଲା। ଖବର ପାଇ ବିଦ୍ୟୁତ୍ ବିଭାଗ କର୍ମଚାରୀ ମାନେ ତତ୍ କ୍ଷଣାତ ବିଦ୍ୟୁତ ସଂଯୋଗ ଛିନ୍ନ କରିଥିବାରୁ ନିଶ୍ଚିତ ରୂପେ ଏକ ବଡ଼ ବିପଦରୁ ରକ୍ଷା ପାଇଥିବା ଜଣାପଡିଛି।

Comments
Loading...