ବେଧଡକ ଚାଲିଛି ନକଲି ଡିଷ୍ଟିଲ ୱାଟାର ବ୍ୟବସାୟ

ମାଲକାନଗିରି ( କୋଶଲ ନ୍ୟୁଜ୍) ମାଲକାନଗିରି ଜିଲ୍ଲାରେ ଚାଲିଛି ବେଧଡକ ବେଆଇନ ନକଲି ଡିଷ୍ଟିଲ ୱାଟାର ବ୍ୟବସାୟ l ବିନା ଲାଇସେନ୍ସ ବିନା କୌଣସି ପ୍ରମାଣ ପତ୍ରରେ ଚାଲିଛି ଡିଷ୍ଟେଲ ୱାଟର କାରଖାନା ।ମିଳିଥିବା ସୂଚନା ଅନୁସାରେ
ମାଲକାନଗିରି ଜିଲ୍ଲା ସଦର ମହକୁମା MV-2 ଗ୍ରାମ ଠାରେ ବେଟେରୀ ଟନିକ୍ ନାମକ ଏକ କମ୍ପାନୀ ଖୋଲାଯାଇ ନକଲି ଡିଷ୍ଟିଲ ୱାଟାର ବ୍ୟବସାୟ ନିଜର କାୟା ବିସ୍ତାର କରିଛି । ନିୟମ ଅନୁସାରେ କୌଣସି କାରଖାନା ଖୋଲିବାକୁ ହେଲେ ଜିଲ୍ଲା ପ୍ରଶାସନ ତରଫରୁ ତାହାର କାରଖାନା ଖୋଲିବାର ପ୍ରମାଣପତ୍ର ଆଣିବାକୁ ପଡିଥାଏ l ମାତ୍ର ଏଠାରେ ନିୟମକୁ ବେଖାତିର କରି ବେଧଡକ ବେଆଇନ ନକଲି ଡିଷ୍ଟିଲ ୱାଟାର ବ୍ୟବସାୟ l ନିୟମ ଅନୁଯାଇ ଡିଷ୍ଟିଲ ୱାଟାର କାରଖାନା ଖୋଲିବାକୁ ହେଲେ ବୋତଲ ସିଲ୍ ନିମନ୍ତେ ଅନୁମତି ସହ ଓଜନ ବିଭାଗ ଦ୍ବାରା ପ୍ରମାଣପତ୍ର ର ନିତ୍ୟାନ୍ତ ଆବଶ୍ୟକ । ଏତତ ବ୍ୟତିତ କେମିକାଲ ଲାଇସେନ୍ସ ମଧ୍ୟ ଆବଶ୍ୟକତା ପଡିଥାଏ ।ଏହି ନକଲି ଡିଷ୍ଟିଲ ୱାଟାରର ବ୍ୟବହାର କରି ଲୋକେ ବିଭିନ୍ନ ଅସୁବିଧାର ସମୁଖୀନ ହେଉଥିବା ବେଳେ ଅନେକ ଲୋକଙ୍କ ବ୍ୟାଟେରି ଏହି ଡିଷ୍ଟିଲ ୱାଟାର ବ୍ୟବହାର ପରେ ସମ୍ପୂର୍ଣ ନଷ୍ଟ ହୋଇଯାଉଥିବା ଜଣାପଡୁଛି ।


ଏ ସମ୍ପର୍କରେ ମାପ ଓଜନ ବିଭାଗର ବରିଷ୍ଠ ନିରୀକ୍ଷକ ଜ୍ୟୋତିରଞ୍ଜନ ବେହେରା ଙ୍କୁ ପଚାରିବାରୁ ତାଙ୍କ ବିଭାଗ ପକ୍ଷରୁ ଏଭଳି କୌଣସି କମ୍ପାନୀକୁ ପ୍ରମାଣପ ପତ୍ର ଦିଆଯାଇନାହିଁ ବୋଲି ମତ ରଖିଛନ୍ତି । ତେବେ ଅଭିଯୋଗ ପାଇବା ପରେ ସେ ନିଜର ସହକାରୀ ଅଧକାରି ଙ୍କୁ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେବା ସହ ଅଭିଯୋଗ ପ୍ରମାଣିତ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମତ ରଖିଛନ୍ତି । ଏନେଇ ସମ୍ପୃକ୍ତ କମ୍ପାନୀର ମାଲିକ ପ୍ରଦୀପ ମହାପାତ୍ରଙ୍କୁ ଯୋଗାଯୋଗ କରିବାରୁ ସେ ନିଜ ନିକଟରେ କୌଣସି ବଟଲିଙ୍ଗ ପ୍ରମାଣପତ୍ର ନ ଥିବା ସ୍ଵୀକାର କରିବା ସହ ଏହାକୁ ବନ୍ଦ କରିଦେବେ ବୋଲି ପ୍ରକାଶ କରିଛନ୍ତି ।

Comments
Loading...