କୋଶଲ ନ୍ୟୁଜର ମହାପ୍ରଭାବ, ନବଜିତ ପହଞ୍ଚିବ କଟକ

ମାଲକାନଗିରି : ( କୋଶଲ ନ୍ୟୁଜ) ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ MPV-83 ଗ୍ରାମର ତରୁଣ ମଣ୍ଡଲ ପୁଅର ନବଜିତର ଚିକିତ୍ସା ସମ୍ବନ୍ଧରେ କୋଶଲ ନ୍ୟୁଜରେ ଏକ ଖବର ପ୍ରସାରିତ ହୋଇଥିଲା “ପୁଅର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ” l ଏହି ଖବର ପ୍ରସାରଣ ପରେ ଆମ କୋଶଲ ନ୍ୟୁଜର ସବ ଏଡିଟର ପ୍ରଦୀପ କୁମାର ସିଂହ ଓ ଜିଲ୍ଲା ପ୍ରତିନିଧି ବିବେକାନନ୍ଦ ନାଥ ଟୁଇଟ ଯୋଗେ ଜିଲ୍ଲାପାଳ, CDMO, ବିଭାଗୀୟ କମିଶନର ଓ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କରିଥିଲେ।

ଟୁଇଟ ପରେ ଜିଲ୍ଲାପାଳ ଓ ଜିଲ୍ଲା ପ୍ରଶାସନଙ୍କ ସହାୟତାରେ ଗତକାଲି ନବଜିତକୁ ଚିକିତ୍ସା ନିମନ୍ତେ ମାଲକାନଗିରି ମୁଖ୍ୟ ଚିକିତ୍ସାଲୟ କୁ ଅଣାଯାଇଛି l ଆଜି ନବଜିତକୁ ଚିକିତ୍ସା ନିମନ୍ତେ କଟକ ମୁଖ୍ୟଚିକିତ୍ସାଲୟକୁ ପଠାଯିବାର ପାଇଁ ସମ୍ପୂର୍ଣ ବ୍ୟବସ୍ଥା କରାଯାଇଛି l ନବଜିତକୁ ଚିକିତ୍ସା ନିମନ୍ତେ ସରକାରୀ ସହାୟତା ମିଳିଥିବାରୁ ପରିବାର ଲୋକେ ଓ ଗ୍ରାମବାସୀ ମାନେ ଜିଲ୍ଲା ପ୍ରଶାସନଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣେଇଛନ୍ତି l

Comments
Loading...